• ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
  • ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
  • ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
  • ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
01 Aug, 2026

ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (SRC) ଉପସ୍ଥିତ ଥିଲେ । ସରକାରଙ୍କ ସଠିକ୍ ସମୟରେ ପଦକ୍ଷେପ ଓ ପୂର୍ବପ୍ରସ୍ତୁତି ଯୋଗୁଁ ବଡ଼ ଧରଣର କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇ ପାରିଛି ।

✅ ଯାଜପୁର (ଦଶରଥପୁର, ବରୀ, ବିଂଝାରପୁର), ଭଦ୍ରକ (ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି), ବାଲେଶ୍ୱର (ସୋର, ରେମୁଣା, ବାଲେଶ୍ୱର ସଦର), ମୟୂରଭଞ୍ଜ (ବଡ଼ସାହି, ଉଦଳା, କପ୍ତିପଦା) ଏବଂ କେନ୍ଦୁଝର (ହାଟଡିହି) ର ପ୍ରଭାବିତ ବ୍ଲକଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯିବା ସହ ପୁରୀ ଜିଲ୍ଲାର ସ୍ଥିତି ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ।

✅ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

✅ ୧ ୭ଟି ODRAF, ୭ଟି NDRF ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ୭୦୦ଟି ଆଶ୍ରୟ ସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ, ପଲିଥିନ୍ ଓ ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି ।

✅ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF) ରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

✅ ବନ୍ୟା ପାଣି ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରିପୋର୍ଟ ଆଧାରରେ କୃଷି ଓ ଘରଭଙ୍ଗା ପାଇଁ ତୁରନ୍ତ ସହାୟତା ପ୍ୟାକେଜ୍ ପ୍ରଦାନ କରାଯିବ ।

✅ ବିପର୍ଯ୍ୟସ୍ତ ରାସ୍ତାଘାଟର ତୁରନ୍ତ ମରାମତି ଏବଂ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଓ ଜଳବାହିତ ରୋଗର ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

ରାଜ୍ୟ ସରକାର ବନ୍ୟା ପ୍ରପୀଡ଼ିତ ପ୍ରତ୍ୟେକଟି ନାଗରିକଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି । ବରିଷ୍ଠ ଅଧିକାରୀମାନେ ସିଧାସଳଖ କ୍ଷେତ୍ର ସ୍ତରରେ ରହି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ପ୍ରଶାସନ ଅହୋରାତ୍ର ସେବାରେ ନିୟୋଜିତ ରହିବ ବୋଲି  ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |