ଶ୍ରୀ ମୋହନ ଚରଣ ମାଝୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୧୨ ଜୁନ୍ ୨୦୨୪ରୁ ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମରେ ଏକ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟରେ ୬ ଜାନୁଆରି ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଚମ୍ପୁଆସ୍ଥିତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ କଳାରେ ସ୍ନାତକ ଓ ପରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ (ଏଲଏଲବି) ଡିଗ୍ରୀ ହାସଲ କରିଥିଲେ । ରାଜନୀତିରେ ଯୋଗଦେବା ଆଗରୁ ସେ ସରସ୍ଵତୀ ଶିଶୁ ମନ୍ଦିର, ଝୁମ୍ପୁରାରେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ ।ଶ୍ରୀ ମୋହନ ଚରଣ ମାଝୀ ୧୯୯୭ ମସିହାରେ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ୨୦୦୦ ମସିହାରେ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୨୦୦୪, ୨୦୧୯ ଓ ୨୦୨୪ ମସିହାରେ ପୁନର୍ବାର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଓଡ଼ିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ ।୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୧୪୭ ଟି ଆସନରୁ ୭୮ ଟି ଆସନ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଓ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ । ଓଡ଼ିଶାରେ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ସେ ଏହି…
ଅଧିକ...