ଏହି ୱେବସାଇଟ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସରକାରଙ୍କ ଦ୍ୱାରା ପରିକଳ୍ପିତ ଓ ବିକଶିତ ହେବା ସହ ପରିଚାଳିତ ମଧ୍ୟ ହେଉଛି । ଯଦିଓ ଏହି ୱେବସାଇଟ୍‌ରେ ଥିବା ବିଷୟବସ୍ତୁର ସଠିକତା ଏବଂ ସାମ୍ପ୍ରତିକତା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି, ତଥାପି ଏହାକୁ ଏକ ଆଇନଗତ ବିବରଣୀ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ କିମ୍ବା କୌଣସି ଆଇନଗତ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯିବା ଉଚିତ ନୁହେଁ । କୌଣସି ଅସ୍ପଷ୍ଟତା କିମ୍ବା ସନ୍ଦେହ କ୍ଷେତ୍ରରେ, ବ୍ୟବହାରକାରୀଙ୍କୁ ମନ୍ତ୍ରଣାଳୟ ଏବଂ/କିମ୍ବା ଅନ୍ୟାନ୍ୟ ଉତ୍ସ ନିକଟରୁ ଯାଞ୍ଚ/ନିଶ୍ଚିତ କରିବାକୁ ତଥା ଉପଯୁକ୍ତ ପେଶାଗତ ପରାମର୍ଶ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି ।

ଏହି ୱେବସାଇଟ୍‌ର ବ୍ୟବହାର କିମ୍ବା ଏହା ସହିତ ଜଡ଼ିତ କୌଣସି କାରଣରୁ ତଥ୍ୟର ବ୍ୟବହାର କିମ୍ବା ବ୍ୟବହାର କରିବାର ଅକ୍ଷମତା ଯୋଗୁଁ ଉପୁଜୁଥିବା କୌଣସି ବି ଖର୍ଚ୍ଚ, କ୍ଷତି ବା ନଷ୍ଟ ହେବା (ବିନା କୌଣସି ସୀମାରେ ପରୋକ୍ଷ କିମ୍ବା ପରିଣାମସ୍ୱରୂପ ହେଉଥିବା କ୍ଷତି ତହିଁର ଅନ୍ତର୍ଭୁକ୍ତ) ବାବଦରେ ଏହି ମନ୍ତ୍ରଣାଳୟ କୌଣସି ପରିସ୍ଥିତିରେ ବି ଦାୟୀ ରହିବେ ନାହିଁ ।

ଏହି ସର୍ତ୍ତାବଳୀ ଭାରତୀୟ ଆଇନର ଅଧୀନ; ତଦନୁଯାୟୀ ଏହା ପରିଚାଳିତ ଏବଂ ଏହାର ବ୍ୟାଖ୍ୟା କରାଯିବ । ଏହି ସର୍ତ୍ତାବଳୀକୁ ଭିତ୍ତିକରି ଉପୁଜିବା ଯେକୌଣସି ବିବାଦ ଭାରତୀୟ ଅଦାଲତର ବିଚାର-ପରିସରଭୁକ୍ତ ହେବ ।

ଏହି ୱେବସାଇଟ୍‌ରେ ପ୍ରକାଶିତ ସୂଚନାରେ ଅଣ-ସରକାରୀ/ଘରୋଇ ସଂସ୍ଥାଦ୍ୱାରା ପ୍ରସ୍ତୁତ ଏବଂ ପରିଚାଳିତ ହେଉଥିବା ସୂଚନାର ହାଇପରଟେକ୍ସଟ୍ ଲିଙ୍କ୍ କିମ୍ବା ସଂକେତ ଅନ୍ତର୍ଭୁକ୍ତ ହୋଇପାରେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସରକାର କେବଳ ଆପଣଙ୍କ ସୂଚନା ଏବଂ ସୁବିଧା ପାଇଁ ଏହି ଲିଙ୍କ୍ ଏବଂ ସଂକେତଗୁଡ଼ିକ ପ୍ରଦାନ କରୁଛନ୍ତି । ଯେତେବେଳେ ଆପଣ କୌଣସି ବାହ୍ୟ ୱେବସାଇଟ୍‌ ପାଇଁ ପ୍ରଦତ୍ତ ଲିଙ୍କ୍ ଚୟନ କରନ୍ତି, ଆପଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସରକାରଙ୍କ ୱେବସାଇଟ୍ ଛାଡ଼ି ଚାଲିଯାଆନ୍ତି ଏବଂ ସେହି ବାହ୍ୟ ୱେବସାଇଟ୍‌ର ମାଲିକ/ପ୍ରାୟୋଜକଙ୍କ ଗୋପନୀୟତା ଓ ସୁରକ୍ଷା ନୀତିର ଅଧୀନ ହୋଇଯାନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସରକାର, ଏଭଳି ସଂଯୁକ୍ତ ପୃଷ୍ଠା ସବୁ ସମୟରେ ଉପଲବ୍ଧ ହେବାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସରକାର, ସଂଯୁକ୍ତ ବାହ୍ୟ ୱେବସାଇଟ୍‌ଗୁଡ଼ିକରେ ଥିବା କପିରାଇଟ୍ ସାମଗ୍ରୀର ବ୍ୟବହାର ପାଇଁ ଅନୁମତି ଦେଇପାରିବେ ନାହିଁ । ବ୍ୟବହାରକାରୀଙ୍କୁ ସେହି ସଂଯୁକ୍ତ ୱେବସାଇଟ୍‌ର ମାଲିକଙ୍କଠାରୁ ଏଭଳି ଅନୁମତି ମାଗିବାକୁ ପରାମର୍ଶ ଦିଆଯାଉଛି ।

ସଂଯୁକ୍ତ ୱେବସାଇଟ୍‌ଗୁଡ଼ିକ ଭାରତ ସରକାରଙ୍କ ୱେବ୍ ନିର୍ଦ୍ଦେଶାବଳୀ ଯେ ପାଳନ କରୁଥିବେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ସରକାର ତାହାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧