ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ଆୟୋଜିତ '୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ' ରେ ଯୋଗ ଦେଇଛନ୍ତି ।
28 Dec, 2025

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ଆୟୋଜିତ '୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ' ରେ ଯୋଗ ଦେଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ଆୟୋଜିତ '୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ' ରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ 'କଳାକାର ସହାୟତା ଯୋଜନା'ରେ ମାସିକ ଭତ୍ତା ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ରାଶି ୨୦୦୦ ଟଙ୍କାରୁ ବଢ଼ି ୩୦୦୦ ଟଙ୍କା ହୋଇଛି । ୪୦ ରୁ ୮୦ ବର୍ଷ ବୟସର କଳାକାରମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ। ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ କଳାକାରମାନେ ମାସକୁ ୨୫୦୦ ଟଙ୍କା ପରିବର୍ତ୍ତେ ଏଣିକି ମାସକୁ ୩୫୦୦ ପାଇବେ।

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ‘ପାଲା’ର ଅବଦାନ ମହତ୍ତ୍ୱପୂର୍ଣ୍ଣ। ପାଲା କଳାକାରମାନଙ୍କ ଯୋଗୁଁ ଓଡ଼ିଆ ଲୋକ ସାହିତ୍ୟ ଜୀବନ୍ତ ହୋଇଛି। ଏଭଳି ଏକ ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଓଡ଼ିଶାର ଅନ୍ୟତମ ଆଧ୍ୟାତ୍ମିକ ଓ ବିଦଗ୍ଧ ଲୋକକଳା ‘ପାଲା’ର ୪୮ତମ ରାଜ୍ୟସ୍ତରୀୟ ମହା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |