• ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିର ପ୍ରମୁଖ ନିବେଶ କେନ୍ଦ୍ର କରିବାକୁ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
  • ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିର ପ୍ରମୁଖ ନିବେଶ କେନ୍ଦ୍ର କରିବାକୁ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
  • ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିର ପ୍ରମୁଖ ନିବେଶ କେନ୍ଦ୍ର କରିବାକୁ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
  • ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିର ପ୍ରମୁଖ ନିବେଶ କେନ୍ଦ୍ର କରିବାକୁ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
03 Nov, 2026

ଓଡ଼ିଶାକୁ ସ୍ୱଚ୍ଛ ଶକ୍ତିର ପ୍ରମୁଖ ନିବେଶ କେନ୍ଦ୍ର କରିବାକୁ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀଠାରେ ଆୟୋଜିତ ‘ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ (Bharat Renewable Energy Summit & Expo) ୨୦୨୬’ ଅବସରରେ ‘‘ଓଡ଼ିଶାରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ’’ ଶୀର୍ଷକ ଓଡ଼ିଶା ରାଜ୍ୟସ୍ତରୀୟ ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

୨୦୪୭ ମସିହାକୁ ଲକ୍ଷ୍ୟରେ ରଖି ରାଜ୍ୟର ଦୀର୍ଘମିଆଦୀ ଦୃଷ୍ଟିକୋଣ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଏକ ପ୍ରମୁଖ ସ୍ୱଚ୍ଛ ଶକ୍ତି ପୁଞ୍ଜିନିବେଶର ଗନ୍ତବ୍ୟସ୍ଥଳ ଭାବେ ଗଢ଼ିତୋଳିବା, ଦେଶର ଶ୍ରେଷ୍ଠ ପାଞ୍ଚଟି ବିଦ୍ୟୁତ୍ ରପ୍ତାନିକାରୀ ରାଜ୍ୟ ମଧ୍ୟରେ ସ୍ଥାନ ହାସଲ କରିବା ଏବଂ ପୂର୍ବ ଭାରତର ଏକ ପ୍ରମୁଖ ସ୍ୱଚ୍ଛ ଶକ୍ତି କେନ୍ଦ୍ର ଭାବେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ନବୀକରଣୀୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ସ୍ଥିର ଓ ପୂର୍ବାନୁମାନଯୋଗ୍ୟ ନୀତି ବ୍ୟବସ୍ଥା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର ଅନୁମୋଦନ ଏବଂ ସୁଦୃଢ଼ ବିଦ୍ୟୁତ୍ ପରିବହନ ଭିତ୍ତିଭୂମି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । ଏଥି ସହ ଓଡ଼ିଶାରେ ରହିଥିବା ବିପୁଳ ସ୍ୱଚ୍ଛ ଶକ୍ତି ସମ୍ଭାବନାର ସଦୁପଯୋଗ କରିବା ନିମନ୍ତେ ଶିଳ୍ପ ଜଗତର ନେତୃବୃନ୍ଦ ଓ ନିବେଶକମାନଙ୍କୁ ଓଡ଼ିଶା ସହ ଭାଗୀଦାର ହେବାକୁ ସେ ଆହ୍ୱାନ ଜଣାଇଥିଲେ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |