ସଡ଼କ ସୁରକ୍ଷା ଓ ବିକାଶ' କ୍ଷେତ୍ରରେ ଐତିହାସିକ ଦିନ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।
12 Jan, 2026

ସଡ଼କ ସୁରକ୍ଷା ଓ ବିକାଶ' କ୍ଷେତ୍ରରେ ଐତିହାସିକ ଦିନ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

ସଡ଼କ ସୁରକ୍ଷା ଓ ବିକାଶ' କ୍ଷେତ୍ରରେ ଐତିହାସିକ ଦିନ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।
✅ ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ’
✅ 'ସଡ଼କ ସୁରକ୍ଷା'କୁ ସୁଶାସନର ଏକ ଅଂଶ ଭାବେ ଗ୍ରହଣ କରାଗଲା
✅ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନୂଆ ଏଲିଭେଟେଡ୍ କରିଡରର ଭିତ୍ତିପ୍ରସ୍ତର ସ୍ଥାପିତ, ଖର୍ଚ୍ଚ ଅଟକଳ  - ୯୫୨ କୋଟି ଟଙ୍କା
✅ କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ
✅ ଭୁବନେଶ୍ବରରେ ୧୫ଟି ଚାର୍ଜିଙ୍ଗ ଷ୍ଟେସନ ଉଦ୍‌ଘାଟିତ
✅ ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ
✅ କଟକ-ଭୁବନେଶ୍ବର ଟ୍ବିନସିଟିରେ ଉନ୍ନତ ଟ୍ରାଫିକ ପରିଚାଳନା ପାଇଁ ଆଇଆଇଟି ଖଡଗପୁର ସହ ବୁଝାମଣା ପତ୍ର ସ୍ବାକ୍ଷରିତ
✅ ରାଜ୍ୟ ସଡ଼କ ପରିବହନ ନିଗମର ବସ୍‌ ପାଇଁ 'ସ୍ମାର୍ଟ କାର୍ଡ'ର ଶୁଭାରମ୍ଭ
✅ ୪୬ କୋଟି ଟଙ୍କାରେ ୧୦୦ଟି ନୂତନ BS-6 ବସ୍‌ ସାମିଲ୍
✅ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଶୁଭାରମ୍ଭ
✅ ନୂଆ ଲୋକସେବା ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ, ଖର୍ଚ୍ଚ ଅଟକଳ - ୩୬୨୩ କୋଟି ଟଙ୍କା
✅ ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ୪ଟି ‘E’ (Education, Enforcement, Engineering, Emergency) ନୀତି ସହ ଆଉ ୨ଟି ‘E’ (Environment, Evaluation) ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
"ସଡ଼କ ଭିତ୍ତିଭୂମି ଓ ସଡ଼କ ସୁରକ୍ଷା କ୍ଷେତ୍ରରେ ଆଜିର ଏହି ଯୁଗାନ୍ତକାରୀ ପଦକ୍ଷେପ ଗୁଡ଼ିକ ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ।  ଆମ ସମସ୍ତଙ୍କର ଲକ୍ଷ୍ୟ ହେଉଛି, 'ସମୃଦ୍ଧ ଓଡ଼ିଶା ବିକଶିତ ଓଡ଼ିଶା'। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଅତ୍ୟାଧୁନିକ ସଡ଼କ ପରିବହନ, ସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ":- ମାନ୍ୟବର ମୁଖ୍ୟମନ୍ତ୍ରୀ

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |