ମୟୂରଭଞ୍ଜରେ ₹୪୭,୬୦୦ କୋଟି ବ୍ୟୟବରାଦର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଗୌରବମୟ ଉପସ୍ଥିତିରେ ଏହ
20 Jun, 2026

ମୟୂରଭଞ୍ଜରେ ₹୪୭,୬୦୦ କୋଟି ବ୍ୟୟବରାଦର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଗୌରବମୟ ଉପସ୍ଥିତିରେ ଏହ

ମୟୂରଭଞ୍ଜରେ ବିକାଶର ମହାପର୍ବ 
‘ବିକାଶର ଧାରା ଓଡ଼ିଶା ସାରା’ ମନ୍ତ୍ର ହେଉଛି ସାର୍ଥକ 
ମୟୂରଭଞ୍ଜରେ ₹୪୭,୬୦୦ କୋଟି ବ୍ୟୟବରାଦର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଗୌରବମୟ ଉପସ୍ଥିତିରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ  ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ମଜଭୁତ କରିଛି । 
ଭିତ୍ତିପ୍ରସ୍ତର ସ୍ଥାପନ:-
✅ ₹୨୫,୦୦୦ କୋଟିର 'ବିସିଜିସିଏଲ୍ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ'
✅ ₹୧୭,୧୧୭ କୋଟିର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମି
✅ ₹୯୨୭ କୋଟିର ଅନ୍ୟାନ୍ୟ ପ୍ରକଳ୍ପ
ଲୋକାର୍ପିତ ପ୍ରକଳ୍ପ :-
✅ ₹୮୧୧ କୋଟିର ରାସ୍ତା ଓ ସେତୁ
✅ ₹୫୩୦ କୋଟିର ସୁଦୃଢ଼ ପରିବହନ ଓ ଗମନାଗମନ ବ୍ୟବସ୍ଥା
✅ ₹ ୩,୨୧୮ କୋଟିର ଅନ୍ୟାନ୍ୟ ପ୍ରକଳ୍ପ
ରେଳ ପ୍ରକଳ୍ପ ଲୋକାର୍ପଣ:-
✅ ₹୪୦୯ କୋଟି -  ହିନ୍ଦୋଳ ରୋଡ଼ - ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ (୨୭ କି.ମି.) ପ୍ରକଳ୍ପ 
✅ ₹୩୨୩ କୋଟି -  ଯଖପୁରା-ଯାଜପୁର କେନ୍ଦୁଝର ରୋଡ଼ - ବୈତରଣୀ ରୋଡ଼ ମଲ୍ଟି-ଟ୍ରାକିଂ (୧୯ କି.ମି.) ପ୍ରକଳ୍ପ 
ଓଡ଼ିଶାର ଭିତ୍ତିଭୂମି, ଶକ୍ତି କ୍ଷେତ୍ର ଏବଂ ଗମନାଗମନ ଆଦି କ୍ଷେତ୍ରକୁ ବଳିଷ୍ଠ କରି ରାଜ୍ୟ ବିକାଶ ସହ ସର୍ବୋତ୍ତମ ନାଗରିକ ସେବା ସୁନିଶ୍ଚିତ କ୍ଷେତ୍ରରେ ଏହି ସବୁ ପ୍ରକଳ୍ପ କୀର୍ତ୍ତିସ୍ତମ୍ଭ ଭାବେ ଉଭା ହେବ । 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧