ବ୍ରହ୍ମପୁରରେ ଅବସ୍ଥିତ ନୀଲକାନ୍ତ ନାଗର ସରସ୍ୱତୀ  ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ।
17 Dec, 2025

ବ୍ରହ୍ମପୁରରେ ଅବସ୍ଥିତ ନୀଲକାନ୍ତ ନାଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ।

ମୋର ପ୍ରାରମ୍ଭିକ ଜୀବନରେ ସରସ୍ୱତୀ ଶିଶୁ ମନ୍ଦିରରେ ଆଚାର୍ଯ୍ୟ ଭାବରେ କିଛି ଦିନ କାର୍ଯ୍ୟ କରିବା ପରେ,ଏହି କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ 'ଘରକୁ ଫେରିବା' ଭଳି ଅନୁଭବ ଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତୀୟ ସଂଗଠକ ମାନ୍ୟବର ଶିବରାମ ମହାପାତ୍ରଙ୍କ ଅକ୍ଳାନ୍ତ ପ୍ରୟାସରେ ନିର୍ମିତ ଏହି ଶିଶୁ ମନ୍ଦିର,ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଭିତ୍ତିଭୂମି ଭାବରେ ଗ୍ରହଣ କରି ଏହାର ଉନ୍ନତ ଶିକ୍ଷା ପରିବେଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ରାଜ୍ୟରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି। ଛାତ୍ରମାନଙ୍କୁ ଏକ ଉତ୍ତମ ମଣିଷ ଭାବରେ ଗଢ଼ି ତୋଳିବାର ଏହି ବିଦ୍ୟାଳୟ ଗତ ୩୫ ବର୍ଷ ଧରି ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଆସୁଛି,ତାହା ଆମର "ବିକଶିତ ଓଡ଼ିଶା" ପ୍ରତିଜ୍ଞାକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଆମ ସରକାର ରାଜ୍ୟର ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ "ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା" ଏବଂ "ଶିଶୁ ବାଟିକା" ଭଳି ଅନେକ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ନେଉଛି। ଏହି ଅବସରରେ ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କ ପିଲାମାନଙ୍କୁ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ପ୍ରତିଯୋଗିତାରେ ନ ପକାନ୍ତୁ, ସେମାନଙ୍କ ପସନ୍ଦ ଏବଂ ପ୍ରତିଭା ଅନୁସାରେ ଉଡିବାର ସୁଯୋଗ ଦିଅନ୍ତୁ। ଆଜିର ଛାତ୍ର ସମାଜ ମୋବାଇଲ୍ ଏବଂ ସୋସିଆଲ ମିଡିଆକୁ ଦାୟିତ୍ୱର ସହ ବ୍ୟବହାର କରିବା ଉଚିତ ଏବଂ ସର୍ବଦା ନିଜ ଭୂମି, ଭାଷା ଏବଂ ସଂସ୍କୃତିକୁ ସମ୍ମାନ କରିବା ଉଚିତ। ଶିକ୍ଷା, ସଂସ୍କାର ଏବଂ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିପାରିବା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |