ସମ୍ବଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ।
10 Jan, 2026

ସମ୍ବଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ।

ସମ୍ବଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ।

✅ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

✅ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

✅ ୫୭ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୧୪ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ

✅ ୮୯୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଏହି ସବୁ ଉନ୍ନତିମୂଳକ ପ୍ରକଳ୍ପ ମଧ୍ୟରେ ସଡ଼କ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍‌ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଭଳି ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସାମିଲ ଅଛି। ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ସହ ଜିଲ୍ଲା ବିକାଶ ଭିତ୍ତିଭୂମିକୁ ଆହୁରି ମଜଭୁତ କରିବାରେ ଏହି ସବୁ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

"ସମ୍ବଲପୁରର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ। ସମ୍ବଲପୁରର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।" :- ମାନ୍ୟବର ମୁଖ୍ୟମନ୍ତ୍ରୀ

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |