ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଘଟଗାଁ ମା'ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କହିଛନ୍ତି।
07 Dec, 2025

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଘଟଗାଁ ମା'ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କହିଛନ୍ତି।

ମା'ଙ୍କ ଡୋରି ଲାଗିଲା, ମା'ଙ୍କ ସେବା ପାଇଁ ସୁଯୋଗ ମିଳିଲା। କେନ୍ଦୁଝର ଘଟଗାଁ ମା'ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି।  ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।  ମା’ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |