ସଫେଇ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ: ପ୍ରତିବର୍ଷ ଅଗଷ୍ଟ ଚତୁର୍ଥ ଶନିବାର ‘ଗରିମା ଦିବସ’

22 Aug, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ 'ଗରିମା ଦିବସ ୨୦୨୬' ଅବସରରେ "ମିଶନ୍ ଜିରୋ: ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ" ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନ କରିବା ସହ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ 'ଗରିମା ଦିବସ' ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।"ଯେଉଁ ହାତ ଆମକୁ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା…

ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ CMRFକୁ ୧ କୋଟି ଟଙ୍କା ଦେଲା IMFA ଗ୍ରୁପ୍

20 Aug, 2026

ଓଡ଼ିଶାର ବନ୍ୟା ପ୍ରଭାବିତ ଜନସାଧାରଣଙ୍କ ସହାୟତା ପାଇଁ ଆଗେଇ ଆସିଛି ଆଇଏମ୍‌ଏଫ୍‌ଏ (IMFA) ଗ୍ରୁପ୍ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ପ୍ରତି ସହାନୁଭୂତି ଓ ଏକତା ପ୍ରକାଶ କରି ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF)କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜି ଲୋକସେବା ଭବନଠାରେ IMFA ଗ୍ରୁପ୍‌ର ପରିଚାଳନା…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ସୌଜନ୍ୟମୂଳକ ସାକ୍ଷାତ, ବିକାଶ ପ୍ରସଙ୍ଗରେ ଉଚ୍ଚସ୍ତରୀୟ…

19 Aug, 2026

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ସାମଗ୍ରିକ ଓ ସମନ୍ୱିତ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଉଚ୍ଚସ୍ତରୀୟ ଆଲୋଚନା ଓ ସମୀକ୍ଷା କରାଯାଇଛି ।

ଏସ୍.ସି.ବି. ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଭିତ୍ତିଭୂମି ଉନ୍ନତିକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

19 Aug, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ କଟକସ୍ଥିତ ଏସ୍.ସି.ବି. ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପସମୂହ ଏବଂ ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।  ଉକ୍ତ ସମୀକ୍ଷା ବୈଠକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପସମୂହର ଅଗ୍ରଗତି, ଚିକିତ୍ସା…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |