• ସ୍ୱାୟତ୍ତ ଶାସନ ଦିବସରେ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସହରାଞ୍ଚଳ ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

31 Aug, 2026

ସ୍ୱାୟତ୍ତ ଶାସନ ଦିବସରେ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସହରାଞ୍ଚଳ ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଓୟୁଏଟିଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନାଗରିକ ସେବାକୁ ଅଧିକ କ୍ରିୟାଶୀଳ ଓ ପାରଦର୍ଶୀ କରିବା ପାଇଁ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି । ସହରଗୁଡ଼ିକୁ ବିକାଶ, ନିଯୁକ୍ତି ଓ ନବସୃଜନର ମୁଖ୍ୟ ଇଞ୍ଜିନ୍ ଭାବେ ଗଢ଼ିତୋଳି 'ସମୃଦ୍ଧ ଓଡ଼ିଶା' ଗଠନ ସଂକଳ୍ପକୁ ଆଗକୁ ନେବା ପାଇଁ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

✅ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୬୨ଟି ପୌରାଞ୍ଚଳ ପାଇଁ ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି, ଯାହା ମଧ୍ୟରେ ୪୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସାମିଲ ରହିଛି ।
✅ ନବଗଠିତ ୨୮ଟି NACରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା । ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ ।
✅ ରାଜ୍ୟର ୧୧୫ଟି ପୌରସଂସ୍ଥାରେ OSWAN Video Conferencing ସୁବିଧାର ଶୁଭାରମ୍ଭ କରାଯାଇଛି, ଯାହା ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ସହ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ଦ୍ରୁତ ଓ ସହଜ କରିବ ।
✅ ଆଧୁନିକ ସହରୀ ଯୋଜନା ପ୍ରସ୍ତୁତି ପାଇଁ ଓଡ଼ିଶା ଅର୍ବାନ୍ ଏକାଡେମୀ, CRUT, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ISB ଏବଂ NIUA ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
✅ ସହରାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ସହ ଯୋଡ଼ିବା ପାଇଁ 'ସହଯୋଗ' ଯୋଜନାରେ ବ୍ୟାପକ ସଫଳତା ମିଳିଥିବା ବେଳେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ବନ୍ଧୁ' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
✅ ନିଷ୍ଠାପର ସେବା ପାଇଁ ସ୍ୱଚ୍ଛସାଥୀ, ଜଳସାଥୀ, ପରିମଳ କର୍ମୀ, ସହଯୋଗ ସହାୟକ ଓ CRUT କର୍ମଚାରୀଙ୍କ ସମେତ ଉତ୍ତମ କାର୍ଯ୍ୟଦକ୍ଷତା ଦେଖାଇଥିବା ପୌରସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯାଇଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |