ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀଠାରେ ଆୟୋଜିତ BRICS Disaster Risk Reduction Working Group (DRRG)ର ଦ୍ୱିତୀୟ ବୈଷୟିକ ବୈଠକକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କ୍ଷମତା
04 Jun, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀଠାରେ ଆୟୋଜିତ BRICS Disaster Risk Reduction Working Group (DRRG)ର ଦ୍ୱିତୀୟ ବୈଷୟିକ ବୈଠକକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କ୍ଷମତା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀଠାରେ ଆୟୋଜିତ BRICS Disaster Risk Reduction Working Group (DRRG)ର ଦ୍ୱିତୀୟ ବୈଷୟିକ ବୈଠକକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କ୍ଷମତା, ଜଳବାୟୁ ଅନୁକୂଳ ଓ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏଥିସହ ଜଳବାୟୁ ପରିବର୍ତ୍ତନ ଓ ବୃଦ୍ଧିଶୀଳ ବିପର୍ଯ୍ୟୟ ସମସ୍ୟାକୁ ମୁକାବିଲା ପାଇଁ ନବୋନ୍ମେଷ, ଦୀର୍ଘସ୍ଥାୟୀ ଓ ଆନ୍ତର୍ଜାତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରରେ ପ୍ରଶଂସିତ ଓଡ଼ିଶାର ସୁଦୃଢ଼ ପ୍ରାରମ୍ଭିକ ସତର୍କୀକରଣ ବ୍ୟବସ୍ଥା, ଶୂନ୍ୟ ଜନହାନି (Zero Casualty), ସଫଳ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ସମୁଦାୟ-ଭିତ୍ତିକ ମଡେଲ୍ ଉପସ୍ଥାପନ କରିବା ସହ ସମ୍ପ୍ରତି ଅନୁମୋଦିତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ୍ ହାଇୱେ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଛନ୍ତି ।
ପୁରୀରେ ହେଉଥିବା ଏହି ଐତିହାସିକ ଆଲୋଚନା ବିଶ୍ୱସ୍ତରୀୟ ବିପର୍ଯ୍ୟୟ ଆଶଙ୍କା ହ୍ରାସ ଓ ମୁକାବିଲା କ୍ଷମତା ବୃଦ୍ଧି ସମ୍ପର୍କିତ ଭବିଷ୍ୟତ ନୀତି ଓ ସହଯୋଗର ରୂପରେଖ ନିର୍ଦ୍ଧାରଣରେ ଏକ ନୂତନ ଦିଗ ପ୍ରଦାନ କରିବ ।
 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧