• ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର R&R ପ୍ୟାକେଜ୍‌ର ଶୁଭାରମ୍ଭ, ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ

27 Aug, 2026

ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର R&R ପ୍ୟାକେଜ୍‌ର ଶୁଭାରମ୍ଭ, ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ଅଧିବାସୀଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍‌ର କାର୍ଯ୍ୟକାରିତା ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିଛନ୍ତି ।

✅ ଗୋଳାବନ୍ଧର ଯୋଗ୍ୟ ବିସ୍ଥାପିତ ପରିବାରଗୁଡ଼ିକ ପାଇଁ ସ୍ୱତନ୍ତ୍ର ପୁନର୍ବାସ ପ୍ୟାକେଜ୍ ଅଧୀନରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଏକକାଳୀନ କ୍ଷତିପୂରଣ ପ୍ରଦାନ ସହ ଆବାସ ଯୋଜନାରେ ବାସଗୃହ ନିର୍ମାଣ ବ୍ୟବସ୍ଥା କରାଯାଇଛି ।

✅ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ସାନ୍ତରାପୁରଠାରେ ପୁନର୍ବାସିତ କରାଯାଇ ଘରବାରି ଓ ଚାଷଜମିର ସ୍ଥାୟୀ ସତ୍ତ୍ୱାଧିକାର ପଟ୍ଟା ହସ୍ତାନ୍ତର କରାଯାଇଛି ।

✅ ନୂଆ କୀର୍ତ୍ତିପୁର ପୁନର୍ବାସ କଲୋନୀରେ ଉନ୍ନତ ପକ୍କା ରାସ୍ତା, ଆଲୋକୀକରଣ, ଅଙ୍ଗନବାଡ଼ି କେନ୍ଦ୍ର, ବାଣିଜ୍ୟିକ ପରିସର, ବାତ୍ୟା ଆ୍ରଶୟସ୍ଥଳୀ ଏବଂ ମତ୍ସ୍ୟଜୀବୀଙ୍କ ଡଙ୍ଗା ରଖିବା ପାଇଁ ବେଳାଭୂମିର ସମତୁଲକରଣ ଭଳି ନାଗରିକ ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି ।

✅ ରାଜ୍ୟର ସାମୁଦ୍ରିକ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ବନ୍ଦରର ନବୀକରଣ, ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ସ୍ଥାପନ, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାଠାରେ ନୂତନ ମେଗା ବନ୍ଦର ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ।

✅ ଗୋପାଳପୁର ଶିଳ୍ପାଞ୍ଚଳରେ ନୂତନ ପୁଞ୍ଜିନିବେଶ ସହ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଥିବାରୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ନିଜର ଦକ୍ଷତା ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |