ଐତିହାସିକ କଟକ ସହରର ବାରବାଟୀ ଷ୍ଟାଡିୟମଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ।
26 Jan, 2026

ଐତିହାସିକ କଟକ ସହରର ବାରବାଟୀ ଷ୍ଟାଡିୟମଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ।

ଆଜି ଐତିହାସିକ କଟକ ସହରର ବାରବାଟୀ ଷ୍ଟାଡିୟମଠାରେ ୭୭ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କଲି। ଏହି ଗୌରବମୟ ଅବସରରେ ଆମ ସମ୍ବିଧାନର ମୂଲ୍ୟବୋଧକୁ ସ୍ମରଣ କରିବା ସହ ଦେଶର ବୀର ସଂଗ୍ରାମୀ ଓ ଅମର ଶହୀଦମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଗତ ୧୯ ମାସ ମଧ୍ୟରେ ଆମ ସରକାର 'ସବ୍‌କା ସାଥ୍, ସବ୍‌କା ବିକାଶ' ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଛି। ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ଏବଂ ଅନ୍ନଦାତାଙ୍କ ପାଇଁ ୩୧୦୦ ଟଙ୍କାର ଧାନ ସହାୟକ ମୂଲ୍ୟ ପରି ଜନମଙ୍ଗଳକାରୀ ପଦକ୍ଷେପ ମାଧ୍ୟମରେ ଆମେ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛୁ।
ଆସନ୍ତା ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ବେଳକୁ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାପିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ଆମେ ବ୍ୟାପକ ଶିଳ୍ପାୟନ, ଭିତ୍ତିଭୂମିର ବିକାଶ ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଉପରେ ଗୁରୁତ୍ୱ ଦେଉଛୁ। ଆଜିର ଏହି ପବିତ୍ର ଦିନରେ, ମୁଁ ରାଜ୍ୟବାସୀଙ୍କୁ ନିବେଦନ କରୁଛି ଯେ, ଆସନ୍ତୁ ଆମେ ସମସ୍ତେ ହାତକୁ ହାତ ମିଳେଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହେବା। ଆମର ସାମୂହିକ ପ୍ରୟାସ ହିଁ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂତନ ପରିଚୟ ପ୍ରଦାନ କରିବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |