• ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧,୦୦୦ କୋଟିର ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
  • ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧,୦୦୦ କୋଟିର ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
  • ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧,୦୦୦ କୋଟିର ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
18 Aug, 2026

ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧,୦୦୦ କୋଟିର ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବିପନ୍ନ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କାର ଏକ ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ:

✅  ୩୩% ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹୮,୫୦୦, ଜଳସେଚିତ ଅଞ୍ଚଳରେ ₹୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ₹୨୨,୫୦୦ କୃଷି ଇନପୁଟ୍ ସବ୍‌ସିଡି ପ୍ରଦାନ କରାଯିବ।
✅  ଧାନ ଓ ଅଣଧାନ ବିହନ କ୍ରୟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ।
✅  କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା ମିନିକିଟ୍ ପ୍ରଦାନ ସହ ବନ୍ୟା ପରବର୍ତ୍ତୀ ରୋଗ-ପୋକ ପରିଚାଳନା ପାଇଁ ୭୫% ସବ୍‌ସିଡି ଯୋଗାଇ ଦିଆଯିବ।
✅  ବିପର୍ଯ୍ୟସ୍ତ ଜଳସେଚନ ପ୍ରକଳ୍ପଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ମରାମତି ସୁନିଶ୍ଚିତ କରାଯିବ।
✅  ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।
✅  ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ।
✅  ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କ୍ଷତିଗ୍ରସ୍ତ ଉପକରଣ ଓ ଯନ୍ତ୍ରପାତି ପାଇଁ ₹୫,୦୦୦ ଏବଂ କଞ୍ଚାମାଲ/ପ୍ରସ୍ତୁତ ସାମଗ୍ରୀ କ୍ଷତି ପାଇଁ ₹୫,୦୦୦ ସହାୟତା ଯୋଗାଯିବ।
✅  ରାସ୍ତାଘାଟ ଓ ଭିତ୍ତିଭୂମିର ସାମୟିକ ମରାମତି ସହ ଚୂଡାନ୍ତ ଆକଳନ ପରେ ସ୍ଥାୟୀ ପୁନଃନିର୍ମାଣ ପାଇଁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ କରାଯିବ।
✅  ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ।
✅  ପ୍ରଭାବିତ ପରିବାରଗୁଡ଼ିକୁ ନିତ୍ୟବ୍ୟବହାର୍ଯ୍ୟ ବସ୍ତ୍ର ଓ ବାସନ-କୁସନ କ୍ରୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ଓ ନାଗରିକଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଚୂଡ଼ାନ୍ତ ଆକଳନ ପରେ ଆବଶ୍ୟକତା ଅନୁଯାୟୀ ଏହି ସହାୟତା ରାଶିକୁ ଆହୁରି ସମ୍ପ୍ରସାରିତ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |