• ସମୃଦ୍ଧ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ନୂଆ ଅଧ୍ୟାୟ: ସମ୍ବଲପୁରରେ ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ

16 Sep, 2026

ସମୃଦ୍ଧ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ନୂଆ ଅଧ୍ୟାୟ: ସମ୍ବଲପୁରରେ ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ

ସମୃଦ୍ଧ ଓ ସୁରକ୍ଷିତ ଓଡ଼ିଶା ଗଠନ ସଂକଳ୍ପ ଦିଗରେ ଏକ ନୂତନ ଯୁଗର ଅଭ୍ୟୁଦୟ । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସମାରୋହରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ଆଭାସୀ ଉପସ୍ଥିତିରେ ଦେଶର ୫୧ତମ ତଥା ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ପାଣିପାଗ ରାଡାର୍ (DWR)ର ଲୋକାର୍ପଣ କରିଛନ୍ତି । ଏହାସହ ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡ଼ିଶାର ସମାବେଶୀ ବିକାଶ ଓ ଭିତ୍ତିଭୂମିର କାୟାକଳ୍ପ ପାଇଁ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଛି ।

✅ ୧୩୩.୪୭ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ।
✅ ସ୍ୱାସ୍ଥ୍ୟ ଭିତ୍ତିଭୂମି, ସଡ଼କ ଓ କୋଠା ନିର୍ମାଣ, ମେଗା ଲିଫ୍ଟ, କ୍ଷୁଦ୍ର ଜଳସେଚନ, କ୍ରୀଡ଼ା ଭିତ୍ତିଭୂମି ଏବଂ କୁଚିଣ୍ଡା ଗ୍ରାମ୍ୟ ଉନ୍ନୟନ ପାଇଁ ପୁଞ୍ଜିନିବେଶ ଘୋଷଣା ।
✅ ସମ୍ବଲପୁରଠାରେ ଉଦ୍‌ଘାଟିତ ରାଜ୍ୟର ତୃତୀୟ ଡପ୍‌ଲର ରାଡାର୍ ବ୍ୟାପକ ପରିଧି ମଧ୍ୟରେ ସଠିକ୍ ତଥ୍ୟ ଓ ପାଣିପାଗର ଗତିବିଧି ଆଗୁଆ ପୂର୍ବାନୁମାନ କରିବ ।
✅ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟର ଅଞ୍ଚଳବାସୀଙ୍କୁ ପାଣିପାଗ ସତର୍କତା ଯୋଗାଇବା ସହ ବୃଷ୍ଟିପାତର ଆକଳନ କରି ଏହି ରାଡାର୍ ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ (Inflow) ପରିଚାଳନାକୁ ସୁଦୃଢ଼ କରିବ ।
✅ ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ଦେଇ ଏହି ରାଡାର୍ ଆମ ଚାଷୀ ଭାଇଭଉଣୀଙ୍କ ଧନଜୀବନ ସୁରକ୍ଷିତ କରିବାରେ ବରଦାନ ସାବ୍ୟସ୍ତ ହେବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |