• ନୂଆଦିଲ୍ଲୀ ଗସ୍ତ ପରେ ରାଜ୍ୟର ଆର୍ଥିକ ପ୍ରଗତି ଓ ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
19 Sep, 2026

ନୂଆଦିଲ୍ଲୀ ଗସ୍ତ ପରେ ରାଜ୍ୟର ଆର୍ଥିକ ପ୍ରଗତି ଓ ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଦୁଇଦିନିଆ ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସର୍ବାଙ୍ଗୀନ ଆର୍ଥିକ ପ୍ରଗତି ତଥା ଶିଳ୍ପାୟନ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ଏହି ଗସ୍ତ କାଳରେ ସେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ଉଚ୍ଚସ୍ତରୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟର କୃଷି, ସ୍ୱଚ୍ଛ ଶକ୍ତି ଓ ଆର୍ଥିକ ପ୍ରଗତି ସମ୍ପର୍କରେ ବଳିଷ୍ଠ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ‘ସେମିକନ୍‌ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ପାଇଁ ବ୍ୟାପକ ପୁଞ୍ଜିନିବେଶ ଆକୃଷ୍ଟ କରି ରାଜ୍ୟର ବିକାଶ ଓ ଶିଳ୍ପାୟନ କ୍ଷେତ୍ରରେ ନୂତନ ମାର୍ଗ ପ୍ରଶସ୍ତ କରିଛନ୍ତି ।

✅ ସେମିକନ୍‌ ଇଣ୍ଡିଆ ୨୦୨୬ରୁ ଓଡ଼ିଶା ପାଇଁ ପ୍ରାୟ ₹୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି, ଯାହା ମାଧ୍ୟମରେ ୬,୦୦୦ରୁ ଊର୍ଦ୍ଧ୍ୱ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
✅ କଟକର ନରାଜଠାରେ ୮୭୦ ଏକର ପରିମିତ ଜମିରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମାନୁଫାକ୍ଚରିଙ୍ଗ୍ ହବ୍ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ପ୍ରତିଷ୍ଠା କରାଯିବ ।
✅ ‘ମାଇନ୍ ଇକୋନୋମିରୁ ମାଇଣ୍ଡ ଇକୋନୋମି’ ଆଭିମୁଖ୍ୟ ନେଇ IIT ଭୁବନେଶ୍ୱର ସହଭାଗୀତାରେ ₹୪୫୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି, ଯେଉଁଥିରେ ରାଜ୍ୟ ସରକାର ₹୧୨୫ କୋଟି ଯୋଗଦାନ କରିବେ ।
✅ ସମ୍ମିଳନୀରେ ୧୮ଟି କମ୍ପାନୀ ସହ ୱାନ୍-ଟୁ-ୱାନ୍ ଆଲୋଚନା ଏବଂ QuadQuantum ସମେତ ୩ଟି ସଂସ୍ଥା ସହିତ ଲେଟର ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି ।
✅ ଜାପାନ, ସ୍ୱିଡେନ, ତାଇୱାନ ପ୍ରତିନିଧି ଦଳ ଏବଂ ଇଣ୍ଟେଲ, ଆପ୍ଲାଏଡ୍ ମେଟେରିଆଲ୍ସ, ଲ୍ୟାମ୍ ରିସର୍ଚ୍ଚ ଭଳି ବିଶ୍ୱସ୍ତରୀୟ ପ୍ରମୁଖ ପ୍ରଯୁକ୍ତି କମ୍ପାନୀଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି । 
✅ ରାଜ୍ୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ କୃଷି ଲଜିଷ୍ଟିକ୍ସ, ଶୀତଳ ଭଣ୍ଡାର (କୋଲ୍ଡ ଚେନ୍) ଓ ୱେୟାରହାଉସିଂ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ଫାଇନାନ୍ସିଂ ଉପରେ ଗୁରୁତ୍ୱ ଦିଆଯାଇଛି ।
✅ ପାରମ୍ପରିକ ଶକ୍ତିରୁ କ୍ଲିନ୍ ଏନର୍ଜି ଦିଗରେ ଅଗ୍ରସର ହେବା ପାଇଁ ଶକ୍ତି ଭିତ୍ତିଭୂମି କ୍ଷେତ୍ରରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ଏବଂ ମଲ୍‌ଟିଲେଟରାଲ୍ ପାର୍ଟନରସିପ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |