ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆୟୋଜିତ  ‘ସୋମନାଥ ସ୍ୱାଭିମାନ ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
11 May, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆୟୋଜିତ ‘ସୋମନାଥ ସ୍ୱାଭିମାନ ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆୟୋଜିତ  ‘ସୋମନାଥ ସ୍ୱାଭିମାନ ପର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଭୁ ସୋମନାଥ ଓ ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଏକ ଅଦୃଶ୍ୟ ଓ ଗଭୀର ସମ୍ପର୍କ ଉପରେ ଆଲୋକପାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି ପୂର୍ବର ଅବିଚଳିତ ଶକ୍ତି ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହିତ ପ୍ରଭୁ ସୋମନାଥଙ୍କ ସଂଘର୍ଷମୟ ଇତିହାସକୁ ସ୍ମରଣ କରିଛନ୍ତି। ଓଡ଼ିଶାର ବିକାଶ ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଲୋକଙ୍କ ସରକାର ରାଜ୍ୟର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |