ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ’ ଅବସରରେ  ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
25 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ’ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ’ ଅବସରରେ  ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।  
ପ୍ରାଣିସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଏହି ଅବସରରେ ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ ଟି ପ୍ରାଣିଚିକିତ୍ସାଳୟ ଓ ୪ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହ  ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହାସହିତ ୧୭୭ କୋଟି ଟଙ୍କା ବିନିଯୋଗରେ ୨୧୯ଟି ନୂତନ ପ୍ରାଣିଚିକିତ୍ସାଳୟ ଓ ରୋଗ ନିର୍ଣ୍ଣୟ ଲ୍ୟାବ ନିର୍ମାଣ ପାଇଁ ୬ଟି PSU ସହ MoU ମଧ୍ୟ ସ୍ୱାକ୍ଷରିତ ହୋଇଛି। କଟକର ଫୁଲନଖରାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏକ ରାଜ୍ୟସ୍ତରୀୟ ମଲିକ୍ୟୁଲାର ଲ୍ୟାବୋରେଟୋରୀ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ପଶୁ ଖାଦ୍ୟର ଗୁଣ ପରୀକ୍ଷା ପାଇଁ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟସ୍ତରୀୟ ଖାଦ୍ୟ ପରୀକ୍ଷାଗାର ସଶକ୍ତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 
ଏହି ଅବସରରେ ଓପୋଲଫେଡ଼ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ  ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ରାଉନ ଅଣ୍ଡା ଓ ଦେଶୀ ‘ଅସିଲ୍’ (Aseel) ଚିକେନର ବିପଣନ କେନ୍ଦ୍ରର  ଶୁଭାରମ୍ଭ କରିଥିବାବେଳେ ଏହା କୁକୁଡ଼ାପାଳକମାନଙ୍କୁ ଉଚିତ ମୂଲ୍ୟ ଦେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ୫୦ କୋଟି ଟଙ୍କା ବ୍ୟୟରେ ଭଦ୍ରକର କସିଆଠାରେ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଧାମରା ମାଛଧରା ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଉଦଘାଟିତ ହୋଇଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |