ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବଲାଙ୍ଗିରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
24 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବଲାଙ୍ଗିରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଲାଙ୍ଗିରରେ ରାଜ୍ୟସ୍ତରୀୟ 'ଜାତୀୟ ପଞ୍ଚାୟତିରାଜ ଦିବସ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
ଲୋକଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ପ୍ରକଳ୍ପ /ସୁବିଧା ସମୂହ :- 
✅ ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ 
✅ ଭୀମଭୋଇ ମେଡିକାଲ କଲେଜରେ ନୂତନ ନର୍ସିଂ କଲେଜ ପାଇଁ ଶିଳାନ୍ୟାସ
✅ ବଲାଙ୍ଗିରରେ ଚିନି କଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନେଇ ଘୋଷଣା  
✅ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଶୁଭାରମ୍ଭ 
✅ 'ପଞ୍ଚାୟତିରାଜ ସମୀକ୍ଷା' ପୋର୍ଟାଲ୍ ଓ 'e- ପଞ୍ଚାୟତ' ସଭା ପୋର୍ଟାଲ ଉନ୍ମୋଚନ
"ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ପୁରା କରିବା ପାଇଁ ଗରିବ, ମହିଳା, ଯୁବ ବର୍ଗ ଓ ଅନ୍ନଦାତାଙ୍କୁ ସଶକ୍ତ କରିବାକୁ ବ୍ୟାପକ ଯୋଜନା ଆରମ୍ଭ ହୋଇଛି। ସମୃଦ୍ଧ ପଞ୍ଚାୟତ, ସମୃଦ୍ଧ ସହର ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି ଆସନ୍ତୁ ଟିମ୍ ଓଡ଼ିଶା ଭାବେ କାମ କରିବା"

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |