• ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ, ବହୁବିଧ ସମବାୟ ଭିତ୍ତିଭୂମିର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ

25 Sep, 2026

‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ, ବହୁବିଧ ସମବାୟ ଭିତ୍ତିଭୂମିର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ PACS ଓ LAMPCS ର ରାଜ୍ୟବ୍ୟାପୀ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି । ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ବରଂ ଏହା କୃଷକ ସମାଜର ଆର୍ଥିକ ବିକାଶର ମୂଳଦୁଆ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ପରିବାରମାନଙ୍କୁ ବିପୁଳ ସଂଖ୍ୟାରେ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର୍ ସେ ସମୃଦ୍ଧି’ ଆହ୍ୱାନକୁ ଆଧାର କରି ନିଜସ୍ୱ ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଥିବା ବେଳେ ଗ୍ରାମାଞ୍ଚଳର ସମିତିଗୁଡ଼ିକୁ ବହୁମୁଖୀ ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି ।

✅ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇତିହାସରେ ପ୍ରଥମ ଥର ପାଇଁ ୩୨୨ଟି ସମିତିର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟାରେ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଉପକୃତ ହେବେ ।
✅ ଧାନ କୁଇଣ୍ଟାଲ ପ୍ରତି ୩,୧୦୦ ଟଙ୍କା MSP ପ୍ରଦାନ ସହିତ PACS ଓ LAMPCS ଗୁଡ଼ିକରେ ଗୋଟିଏ ଛାତ ତଳେ ସାର, ବିହନ, କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଉପଲବ୍ଧ କରାଯାଉଛି ।
✅ ‘ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ’ ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ପ୍ରଦାନ ସହ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ବିହନ ଯୋଗାଇବା ପାଇଁ ଘୋଷଣା କରାଯାଇଛି ।
✅ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି Consumer Store, ୭୦ଟି PACS କାର୍ଯ୍ୟାଳୟ ଓ ଗୋଦାମ ଘର ଏବଂ ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ରର ଲୋକାର୍ପଣ କରାଯାଇଛି ।
✅ ୪ଟି ଆଦର୍ଶ ମଣ୍ଡି ଏବଂ ୩ଟି ଶସ୍ୟ ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । 
✅ National PACS Software ଏବଂ NLPS ମାଧ୍ୟମରେ ୩୦୦ଟି PACS ରେ ଅନ୍‌ଲାଇନ୍ କୋର୍ ବ୍ୟାଙ୍କିଙ୍ଗ୍ ଓ ରିଅଲ-ଟାଇମ୍ ସେଟେଲମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି ।
✅ ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ମିଶାଇ ସମୁଦାୟ ୬୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |