• ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି ଶୁଭାରମ୍ଭ, ମହିଳା ସଶକ୍ତିକରଣ ହିଁ ଅସଲ ଲକ୍ଷ୍ୟ

28 Aug, 2026

ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି ଶୁଭାରମ୍ଭ, ମହିଳା ସଶକ୍ତିକରଣ ହିଁ ଅସଲ ଲକ୍ଷ୍ୟ

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାର ଲାଠିପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ଶୁଭାରମ୍ଭ କରିବା ସହ ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଦେବା ହିଁ ଅସଲ ସଶକ୍ତିକରଣ ବୋଲି ପ୍ରକାଶ କରିଛନ୍ତି ।

✅ ରାଜ୍ୟର ୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ସିଧାସଳଖ ହସ୍ତାନ୍ତର କରାଯାଇଛି ।
✅ ଏହି କିସ୍ତିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳା ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି ।
✅ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ୨୭ ଲକ୍ଷ 'ଲକ୍ଷପତି ଦିଦି' ସୃଷ୍ଟି କରି ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସାଜିଛି ।
✅ IIM ସମ୍ବଲପୁର ଓ SBI ସର୍ଭେ ଅନୁଯାୟୀ ୮୦% ହିତାଧିକାରୀ ସୁଭଦ୍ରା ସହାୟତାକୁ ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା ଓ ଉଦ୍ୟୋଗ ପ୍ରତିଷ୍ଠାରେ ବିନିଯୋଗ କରୁଛନ୍ତି ।
✅ Women Entrepreneurship Platform ଜରିଆରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ, ମାର୍ଗଦର୍ଶନ, ବଜାର ସଂଯୋଗ ଓ ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଇଛି ।
✅ ରାଜ୍ୟ ବଜେଟ୍‌ରେ ମହିଳାମାନଙ୍କ ବିକାଶ ଓ କଲ୍ୟାଣ ପାଇଁ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
✅ କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍‌ଶୀଘ୍ର ନୟାଗଡ଼ ଚିନି କଳର ପୁନଃ ପ୍ରତିଷ୍ଠା ଏବଂ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ "ସୁଭଦ୍ରା ଯୋଜନା କେବଳ ଏକ ସହାୟତା ରାଶି ବଣ୍ଟନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ରାଜ୍ୟର ଅଧା ଜନସଂଖ୍ୟାଙ୍କ ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନଯାପନ ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ । ସୁଭଦ୍ରା ସହାୟତା ମାଧ୍ୟମରେ ଆମ ନାରୀଶକ୍ତି ଆଜି ନିଜ ସ୍ୱପ୍ନକୁ ସାକାର କରିବା ସହ ସଫଳ ଉଦ୍ୟୋଗୀ ସାଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ନାରୀଶକ୍ତିର ଏହି ଆତ୍ମବିଶ୍ୱାସ ଓ ସମୃଦ୍ଧି ହିଁ ଆଗାମୀ ଦିନରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ଆଧାର ହେବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |