• ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଓ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ 'ସ୍ମାର୍ଟ ପୋଲିସିଂ' ବ୍ୟବସ୍ଥାର ସମୀକ୍ଷା

29 Aug, 2026

ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଓ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ 'ସ୍ମାର୍ଟ ପୋଲିସିଂ' ବ୍ୟବସ୍ଥାର ସମୀକ୍ଷା

ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ 'ସ୍ମାର୍ଟ ପୋଲିସିଂ' ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।  "ସୁରକ୍ଷିତ ଓଡ଼ିଶା, ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା" ଗଠନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ପୋଲିସ ସଂସ୍କାର ଓ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ମାର୍ଗଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:

✅ ମହିଳାବିରୋଧୀ ହିଂସା, ସଂଗଠିତ ଅପରାଧ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର 'ଜିରୋ ଟଲରେନ୍ସ' ନୀତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ।
✅ ମହିଳାବିରୋଧୀ ହିଂସାରେ ଦଣ୍ଡବିଧାନ ହାର (Conviction Rate) ୪୦% ରୁ ଅତି କମ୍‌ରେ ୭୫% କୁ ବୃଦ୍ଧି କରିବାକୁ ସଙ୍କଳ୍ପ ।
✅ ୨୦୨୯ ସୁଦ୍ଧା 'ନିଶାମୁକ୍ତ ଓଡ଼ିଶା' ଗଠନ ପାଇଁ ନିଶା କାରବାରର ମୂଳ ସିଣ୍ଡିକେଟ୍‌ ଓ ଆର୍ଥିକ ଯୋଗାଣ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଆହ୍ୱାନ ।
✅ ଆଗାମୀ ପାର୍ବଣ ଋତୁ ପୂର୍ବରୁ ବେଆଇନ ଜୋର୍-ଜବରଦସ୍ତି ଚାନ୍ଦା ଆଦାୟ ଓ 'ଦାଦା ବଟି'  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ।
✅ "ପୋଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି";  ଥାନାକୁ ଆସୁଥିବା ସାଧାରଣ ନାଗରିକଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ।
✅ ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ପାଇଁ Command & Control Centre, ଡ୍ରୋନ୍‌, ଟ୍ରଲର୍, ଇଣ୍ଟରସେପ୍ଟର ବୋଟ୍, ATV ଓ ପୂର୍ବତନ ସେନାକର୍ମୀଙ୍କ ନିୟୋଜନ ।
✅ ସାଇବର ଠକେଇ ରୋକିବା ପାଇଁ ଆଧୁନିକ ଡିଜିଟାଲ ସର୍ଭେଲାନ୍ସ, 'ଡାର୍କ ୱେବ୍' ଉପରେ କଡ଼ା ନଜର ଓ ବ୍ୟାପକ ସଚେତନତା ସୃଷ୍ଟି ।
✅ NATGRID ଓ CCTNS ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥା ସୁଦୃଢ଼ କରିବା ସହ ଥାନାଗୁଡ଼ିକର ଆଧୁନିକୀକରଣ ପାଇଁ ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ମଞ୍ଜୁର ।
✅ ଅପରାଧ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ (Professional) ଓ ଆଧୁନିକ ଟେକ୍ନୋଲୋଜି-ଭିତ୍ତିକ କରିବା ଉପରେ ଗୁରୁତ୍ୱ ।
✅ ପୋଲିସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ ସମର୍ପିତ ଭାବେ ପରିଚାଳନା କରିବାକୁ ଆହ୍ୱାନ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |