ରାଇରଙ୍ଗପୁରଠାରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଡ଼. ହରିବାବୁ କମ୍ଭମ ପାଟି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଅଛନ୍ତି।
04 Feb, 2026

ରାଇରଙ୍ଗପୁରଠାରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଡ଼. ହରିବାବୁ କମ୍ଭମ ପାଟି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଅଛନ୍ତି।

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ କେବଳ ସାମାନ୍ୟ କୋଠା କିମ୍ବା ଭିତ୍ତିଭୂମି ନୁହେଁ; ଏହା ହେଉଛି ଉନ୍ନତ ମାନବ ସମ୍ବଳ ସୃଷ୍ଟିରେ ଆମର ନିବେଶ । ବିଶେଷକରି ଆମର ଯୁବପିଢ଼ି, ଚାଷୀ, ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏହା ପଥ ପ୍ରସ୍ତୁତ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି । 
ଏଥିସହ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆଧୁନିକ ସୁବିଧା ପାଇଁ ପ୍ରବେଶର ଦ୍ୱାରକୁ ଆହୁରି ପ୍ରଶସ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଆଜି ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ସମୂହକୁ ନେଇ ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରି କହିଛନ୍ତି ଯେ, ଆୟୁଷ ହସ୍ପିଟାଲ୍ ଓ ଆୟୁର୍ବେଦିକ୍ କଲେଜ୍,  ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ, MSCB ବିଶ୍ବବିଦ୍ୟାଳୟରେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ, ଧନୁର୍ବିଦ୍ୟା ଏକାଡେମୀଗୁଡ଼ିକର ପ୍ରତିଷ୍ଠା ଉତ୍ତର ଓଡ଼ିଶାର ଦୃଶ୍ୟପଟକୁ ପରିବର୍ତ୍ତନ କରିବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |