ପବିତ୍ର ଓଡ଼ିଶା ଦିବସ ଅବସରରେ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।
01 Apr, 2026

ପବିତ୍ର ଓଡ଼ିଶା ଦିବସ ଅବସରରେ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।

ପବିତ୍ର ଓଡ଼ିଶା ଦିବସ ଅବସରରେ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜନ୍ମପୀଠରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋପବନ୍ଧୁଙ୍କ ଷଠୀଘର ଓ କୂଳଦେବତା ଶ୍ରୀ ରାଧା ବିନୋଦ ବିହାରୀଙ୍କ ମନ୍ଦିର ଦର୍ଶନ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋପବନ୍ଧୁଙ୍କ ସମେତ ଓଡ଼ିଆ ଜାତିର ସମସ୍ତ ବରପୁତ୍ରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ସତ୍ୟବାଦୀର ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଘୋଷଣା କରିଛନ୍ତି : 
✅ ସତ୍ୟବାଦୀ ଓ ସୁଆଣ୍ଡୋ ଅଞ୍ଚଳର ପୁନଃବିକାଶ ତଥା ହେରିଟେଜ୍ କରିଡର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟବସ୍ଥା
✅ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ ହେବ ଐତିହାସିକ ବକୁଳବନ। ଏହାର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ପଦକ୍ଷେପ
✅ ସତ୍ୟବାଦୀ ଅଞ୍ଚଳର ହେବ କାୟାକଳ୍ପ, ନିର୍ମାଣ ହେବ ଏକ ଭବ୍ୟ 'ହେରିଟେଜ୍ କରିଡର' ଓ ସ୍ଥାନୀୟ ଜଳାଶୟଗୁଡ଼ିକର କରାଯିବ ପୁନରୁଦ୍ଧାର
✅ ରତ୍ନଚିରା ନଦୀର ତଟ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ, ଯାହା ପର୍ଯ୍ୟଟନ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଦିବସକୁ ଜାତିର ସ୍ୱାଭିମାନ ଓ ସଂକଳ୍ପର ପର୍ବ ଭାବେ ଅଭିହିତ କରିବା ସହ ବରପୁତ୍ରଙ୍କ ସ୍ମୃତି ଚାରଣ କରିଛନ୍ତି ଓ ସତ୍ୟବାଦୀର ଶିକ୍ଷା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଘୋଷିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାଇଲଖୁଣ୍ଟ ସାଜିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |