• ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬
  • ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬
  • ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬
  • ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬
09 Sep, 2026

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ବିଶ୍ୱସ୍ତରୀୟ ନିବେଶ ଆଗ୍ରହକୁ ସ୍ପଷ୍ଟ ଶିଳ୍ପ ସହଯୋଗ ଓ ନିବେଶରେ ପରିଣତ କରିବା ଉପରେ ପ୍ରଥମ ଦିନରେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଥମ ଦିନରେ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପକୁ ନେଇ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିବା ବେଳେ, ଅଂଶୀଦାରୀଙ୍କ  ବ୍ୟାପକ ବିସ୍ତାର ସହ ବାଣିଜ୍ୟ, ଭିତ୍ତିଭୂମି ଓ ଶିଳ୍ପ ସହଯୋଗର ନୂଆ ସମ୍ଭାବନା ଉନ୍ମୋଚିତ ହୋଇଛି ।

✅ IHC ଓ ଆଦାନୀ ଗ୍ରୁପ୍ ସହ ୧୪ଟି ନୂଆ ପ୍ରକଳ୍ପକୁ  ନେଇ ସହଯୋଗ ଆଗକୁ ବଢ଼ିଛି । ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨.୧୦୫ ଟ୍ରିଲିୟନ୍ ଡଲାରର ସମ୍ଭାବ୍ୟ ନିବେଶ ଏବଂ ପ୍ରାୟ  ୮ ଲକ୍ଷ ୬୮ ହଜାର ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି ।
✅ IBPG ସହ ବୁଝାମଣାପତ୍ର (MoC) ସ୍ୱାକ୍ଷର, ଯାହା ମାଧ୍ୟମରେ ବାଣିଜ୍ୟ, ରପ୍ତାନି ଓ ନିବେଶର ନୂଆ ସୁଯୋଗକୁ ଆହୁରି ସୁଦୃଢ଼ ହେଇପାରିବ ।
✅ Borouge ସହ ଆଲୋଚନା, ଓଡ଼ିଶାରେ ବୃହତ୍ ପେଟ୍ରୋକେମିକାଲ୍ ଡାଉନ୍‌ଷ୍ଟ୍ରିମ୍ କମ୍ପ୍ଲେକ୍ସ ପ୍ରତିଷ୍ଠା ନେଇ ସମ୍ଭାବନା ।
✅ ୟୁଏଇର ନିବେଶକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନା, ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ସରକାରୀ-ଘରୋଇ ଅଂଶୀଦାରୀତା (PPP) ସୁଯୋଗ ଉପରେ ଗୁରୁତ୍ୱ ।
✅ ବାଣିଜ୍ୟ, ବନ୍ଦର, ଗୁରୁତ୍ୱପୂର୍ଣ୍ଣ ଖଣିଜ, ରସାୟନ, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଓ ଶିଳ୍ପ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ।

ଏହି ଆଲୋଚନା ଓ ପଦକ୍ଷେପ ଓଡ଼ିଶାର ବିଶ୍ୱସ୍ତରୀୟ ନିବେଶ ଅଂଶୀଦାରୀତାକୁ ଆହୁରି ସୁଦୃଢ଼ କରିବା ସହ  ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟକୁ ଆଗକୁ ବଢ଼ାଇପାରିବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |