‘ଓଡ଼ିଆ ପକ୍ଷ’ର ଏହି ସଫଳ ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ଅସ୍ମିତାର ଉଦ୍‌ଘୋଷଣା ଓ ଏକ ନୂତନ ସାଂସ୍କୃତିକ ଜାଗରଣର ଆରମ୍ଭ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।
14 Apr, 2026

‘ଓଡ଼ିଆ ପକ୍ଷ’ର ଏହି ସଫଳ ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ଅସ୍ମିତାର ଉଦ୍‌ଘୋଷଣା ଓ ଏକ ନୂତନ ସାଂସ୍କୃତିକ ଜାଗରଣର ଆରମ୍ଭ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ପବିତ୍ର ଅବସରରେ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ “ଓଡ଼ିଆ ପକ୍ଷ ଉଦ୍‌ଯାପନୀ–୨୦୨୬” ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ କେବଳ ୧୪ ଦିନରେ ସୀମିତ ରଖିବା ନୁହେଁ, ବରଂ ବର୍ଷବ୍ୟାପି ଜୀବନ ଶୈଳୀର ଅବିଛେଦ୍ୟ ଅଂଶ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ‘ଓଡ଼ିଆ ପକ୍ଷ’ର ଏହି ସଫଳ ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ଅସ୍ମିତାର ଉଦ୍‌ଘୋଷଣା ଓ ଏକ ନୂତନ ସାଂସ୍କୃତିକ ଜାଗରଣର ଆରମ୍ଭ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। 
ସାଂସ୍କୃତିକ ଆଧାର ବିନା ଆର୍ଥିକ ସମୃଦ୍ଧିର କୌଣସି ଅର୍ଥ ନାହିଁ।  ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ସଂଘର୍ଷକୁ ସ୍ମରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆନ୍ଦୋଳନ ଆମର ଜାତୀୟ ପରିଚୟକୁ ସୁଦୃଢ଼ କରିଛି। ଚଳିତ ବର୍ଷ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ‘ଓଡ଼ିଆ ପକ୍ଷ’ ପାଳନ ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ସମାଜର ପ୍ରତ୍ୟେକସ୍ତରରେ ଜାଗୃତ କରିବାର ଚେଷ୍ଟା କରାଯାଇଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |