• ନୂଆଦିଲ୍ଲୀରେ ଆୟୋଜିତ SEMICON India 2026 ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି
  • ନୂଆଦିଲ୍ଲୀରେ ଆୟୋଜିତ SEMICON India 2026 ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି
18 Sep, 2026

ନୂଆଦିଲ୍ଲୀରେ ଆୟୋଜିତ SEMICON India 2026 ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି

ନୂଆଦିଲ୍ଲୀରେ ଆୟୋଜିତ SEMICON India 2026 ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି । ଏହା ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର ଶିଳ୍ପ ନେତୃତ୍ୱ, ନିବେଶକ ଏବଂ ପ୍ରଯୁକ୍ତି ସହଯୋଗୀମାନଙ୍କୁ ଏକତ୍ରିତ କରୁଥିବା ଏକ ପ୍ରମୁଖ ମଞ୍ଚ ।

ଶିଳ୍ପ ବିଶେଷଜ୍ଞ, ନିବେଶକ ଏବଂ ପ୍ରଯୁକ୍ତି ନେତୃତ୍ୱଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଏହି ଅବସରରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଓଡ଼ିଶାର ସାମର୍ଥ୍ୟ, ନୀତିଗତ ସହାୟତା ଏବଂ ଉଦୀୟମାନ ସୁଯୋଗଗୁଡ଼ିକୁ ପ୍ରମୁଖତାର ସହ ଉପସ୍ଥାପନ କରାଯିବ ।

ସେମିକଣ୍ଡକ୍ଟର ଉତ୍ପାଦନ, ଆଡଭାନ୍ସଡ୍ ପ୍ୟାକେଜିଂ ଏବଂ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ସହ ଓଡ଼ିଶା ପରବର୍ତ୍ତୀ ପିଢ଼ିର ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ଗଠନ ଦିଗରେ ନିରନ୍ତର ଅଗ୍ରସର ହେଉଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |