ନାରୀ କେବଳ ପରିବାରର ନୁହେଁ, ସମାଜ ଓ ଜାତିର ମୂଳ ଶକ୍ତି ଭାବେ ପରିଚିତ। ନାରୀଶକ୍ତିର  ବିଶାଳ ସମାଗମ ଭବିଷ୍ୟତ ଓଡ଼ିଶାର  ଉନ୍ନତି ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଅନୁଗୋଳରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
17 Apr, 2026

ଆଜି ଅନୁଗୋଳ ଜିଲ୍ଲାରେ ଆୟୋଜିତ ନାରୀଶକ୍ତି ବନ୍ଦନ ସମ୍ମିଳନୀରେ ଯୋଗଦେଲି। ନାରୀ ହିଁ ଆମ ସମାଜର ପ୍ରକୃତ ଶକ୍ତି। ଆମ ସରକାର ‘ମହିଳା ନେତୃତ୍ୱାଧୀନ ବିକାଶ’ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସ୍ୱାବଲମ୍ବୀ କରିବାକୁ ନିରନ୍ତର କାର୍ଯ୍ୟ କରୁଛି। ଚଳିତ ବଜେଟରେ ମହିଳାମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଯାହା ସେମାନଙ୍କ ଶିକ୍ଷା, ଦକ୍ଷତା ଓ ଉଦ୍ୟୋମିତାକୁ ନୂଆ ଦିଗ ଦେବ। ମୋର ଦୃଢ଼ ବିଶ୍ୱାସ ଯେ ସମାଜର ସମସ୍ତ କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱ ଆମର ଏହି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |