03 Jul, 2026
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନୀ କମ୍ପାନୀଙ୍କ ସହ MoC

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନୀ କମ୍ପାନୀଙ୍କ ସହ MoC

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନଭେନସନ୍‌ ସେଣ୍ଟରଠାରେ ଜାପାନର ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ACME ଗ୍ରୁପ ଓ IHI Corporation ସହିତ ଏକ ସହଯୋଗ ପତ୍ର( Memorandum of Cooperation, MoC) ସ୍ୱାକ୍ଷରିତ ହୋଇଛି । ଏହି ଦୁଇଟି କମ୍ପାନୀ ଓଡ଼ିଶାରେ ୩ଟି ପ୍ରକଳ୍ପ ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି ଟଙ୍କା ଏବଂ ଏହା ଦ୍ୱାରା ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି କାର୍ଯ୍ୟକ୍ରମରେ ACME, IHI ଓ MITSUBISHI ଆଦି ଅନ୍ତର୍ଜାତୀୟସ୍ତରର କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ IHI କର୍ପୋରେସନ୍‌କୁ ରାଜ୍ୟରେ ଏକ 'ଜାପାନୀ ଗ୍ରୀନ୍ ଇଞ୍ଜିନିୟରିଂ ଏବଂ ଇନୋଭେସନ୍ ସେଣ୍ଟର' ଏବଂ MITSUBISHI କର୍ପୋରେସନ୍‌କୁ ଗ୍ରୀନ୍ କେମିକାଲ୍ସ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ନିବେଶ ପାଇଁ ବିଶେଷ ଆମନ୍ତ୍ରଣ ଜଣାଇଛନ୍ତି । ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ । ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡ଼ିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧