ମୋର ରାଇକଳାସ୍ଥିତ ବାସଭବନରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ପ୍ରଦତ୍ତ ପରିଗଣନା ଫର୍ମ ପୂରଣ କରି ଏହି ମହା ଅଭିଯାନରେ ସାମିଲ ହୋଇଛି।
14 Jun, 2026

ମୋର ରାଇକଳାସ୍ଥିତ ବାସଭବନରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ପ୍ରଦତ୍ତ ପରିଗଣନା ଫର୍ମ ପୂରଣ କରି ଏହି ମହା ଅଭିଯାନରେ ସାମିଲ ହୋଇଛି।

ମୋର ରାଇକଳାସ୍ଥିତ ବାସଭବନରେ ବୁଥ୍‍ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ପ୍ରଦତ୍ତ ପରିଗଣନା ଫର୍ମ ପୂରଣ କରି ଏହି ମହା ଅଭିଯାନରେ ସାମିଲ ହୋଇଛି ।

ଏକ ସୁଦୃଢ଼, ସ୍ୱଚ୍ଛ ଓ ସମୃଦ୍ଧ ଗଣତନ୍ତ୍ରର ପ୍ରକୃତ ଶକ୍ତି ହେଉଛି ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା । Election Commission of Indiaଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଆମ ରାଜ୍ୟରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬’ (#SIR2026) ଅଭିଯାନ ସକ୍ରିୟ ଭାବେ ଜାରି ରହିଛି । ଏହି କ୍ରମରେ ମୁଁ ଆଜି ମୋର ରାଇକଳାସ୍ଥିତ ବାସଭବନରେ ବୁଥ୍‍ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ପ୍ରଦତ୍ତ ପରିଗଣନା ଫର୍ମ ପୂରଣ କରି ଏହି ମହା ଅଭିଯାନରେ ସାମିଲ ହୋଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଜର ଭୋଟର ବିବରଣୀକୁ ସଠିକ୍ ଏବଂ ଅଦ୍ୟତନ ରଖିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ଓ ଏକ ସାମ୍ବିଧାନିକ ଦାୟିତ୍ୱ ।
ଏହି ରାଷ୍ଟ୍ରୀୟ ପ୍ରକ୍ରିୟାକୁ ଶତପ୍ରତିଶତ ସଫଳ କରିବା ପାଇଁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଏହି ସଂଶୋଧନ ଅଭିଯାନରେ ନିୟୋଜିତ ତଥା କ୍ଷେତ୍ର ପରିଦର୍ଶନ କରୁଥିବା ବିଏଲ୍‍ଓ (BLO) ମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ । ନିଜର ନାମ, ଠିକଣା ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବା ସହ ପରିବାରର ସମସ୍ତ ଯୋଗ୍ୟ ଏବଂ ନୂତନ ଭୋଟରଙ୍କ ନାମ ଏଥିରେ ପଞ୍ଜୀକରଣ କରାନ୍ତୁ । ଆସନ୍ତୁ ସମସ୍ତେ ମିଶି ଏହି ଅଭିଯାନକୁ ସଫଳ କରିବା ସହ ଆମ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧