ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଅବସରରେ ଯୋଗ ଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
19 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଅବସରରେ ଯୋଗ ଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

କଟକ ଜିଲ୍ଲାର ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। 
ଶିକ୍ଷା କେବଳ ପାଠ୍ୟଜ୍ଞାନ ନୁହେଁ, ବରଂ ଚରିତ୍ର ଗଢ଼ିବା ଓ ଜୀବନ ମୂଲ୍ୟବୋଧ ସୃଷ୍ଟିର ଏକ ମାଧ୍ୟମ।  ଛାତ୍ରଛାତ୍ରୀଙ୍କୁ ଆଧୁନିକ ଯୁଗର ଚାହିଦା ଅନୁସାରେ ଦକ୍ଷତା ବିକାଶ, ସୃଜନଶୀଳତା ଓ ନବୀନ ଚିନ୍ତାଧାରାରେ ଆଗକୁ ବଢିବାକୁ ଆହ୍ୱାନ କରିବା ସହ ମୋବାଇଲ ଓ ସୋସିଆଲ ମିଡିଆର ଅତିରିକ୍ତ ବ୍ୟବହାରରୁ ଦୂରେଇ ରହି, ଜ୍ଞାନାର୍ଜନରେ ଗୁରୁତ୍ୱ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |