ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ସହ ଆର୍ଥିକ ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସୁଦୂରପ୍ରସାରୀ ରୂପରେଖ ପ୍ରସ୍ତୁତ ହୋଇଛି।
07 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ସହ ଆର୍ଥିକ ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସୁଦୂରପ୍ରସାରୀ ରୂପରେଖ ପ୍ରସ୍ତୁତ ହୋଇଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ସହ ଆର୍ଥିକ ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସୁଦୂରପ୍ରସାରୀ ରୂପରେଖ ପ୍ରସ୍ତୁତ ହୋଇଛି। ଏହି ଅବସରରେ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ସମନ୍ୱୟ ରକ୍ଷା କରି ଓଡ଼ିଶାର ଖଣିଜ ସମ୍ପଦର ସଦୁପଯୋଗ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି।
✅  ଉତ୍ପାଦନ ଓ ଡେସ୍‌ପ୍ୟାଚ୍ ପ୍ରତି ଗୁରୁତ୍ୱ ଦେଇ MDPA ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।
✅  ଶିଳ୍ପ ପ୍ରତିଷ୍ଠା ପାଇଁ ବାଧ୍ୟତାମୂଳକ ବନୀକରଣ (Compensatory Afforestation) କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ଅଧିକୃତ ଜମି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଡାଟାବେସ୍ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା ନିବେଶକମାନେ ଜମିର ଉପଲବ୍ଧତା ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇପାରିବେ।
✅  ଶିଳ୍ପ ପ୍ରତିଷ୍ଠା ସହିତ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ଓ ସର୍ବାଙ୍ଗୀନ ବିକାଶ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଶିଳ୍ପ ଜଗତର ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
✅  ଆଗାମୀ ବର୍ଷ ପାଇଁ ଏକ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି, ଯାହା ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛତା ଓ ସ୍ଥିରତା ବଜାୟ ରଖିବା ସହ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ।
✅  ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ହେଉଥିବାରୁ କଞ୍ଚାମାଲର ଚାହିଦା ପୂରଣ ପାଇଁ ଉତ୍ପାଦନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଛନ୍ତି।
✅  ଖଣି ବହୁଳ ଜିଲ୍ଲାଗୁଡ଼ିକରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି କରି ବିକେନ୍ଦ୍ରୀକୃତ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରାଯାଇଛି, ଯାହାଦ୍ୱାରା ସେହି ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ରାଜ୍ୟ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ଭାବେ ପ୍ରତିଷ୍ଠିତ କରିବାରେ ସହାୟକ ହେବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |