ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଖରିଫ୍ ଋତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ସମୀକ୍ଷା କରିଛନ୍ତି।
17 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଖରିଫ୍ ଋତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ସମୀକ୍ଷା କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। 
ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:- 
✅ କଳାବଜାରୀ ରୋକ ଉପରେ ଗୁରୁତ୍ବ, ପ୍ରମାଣ ମିଳିଲେ FIR କରି ଲାଇସେନ୍‌ସ ବାତିଲ୍ 
✅ ସାର ଯେପରି ବାହାର ରାଜ୍ୟକୁ ନଯାଏ, ସେଥିପାଇଁ ସୀମାନ୍ତ ଅଞ୍ଚଳରେ କଡ଼ା ନଜର
✅ ଶିଳ୍ପଭିତ୍ତିକ ଅପବ୍ୟବହାର ରୋକକୁ ଗୁରୁତ୍ବ, ସବୁ ପଞ୍ଚାୟତରେ ନୀରିକ୍ଷଣ ସମିତି ଗଠନ 
✅ ଚାଷୀମାନଙ୍କ ଡିଜିଟାଲ ପଞ୍ଜିକରଣକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ 
✅ଜୈବିକ ଓ ସନ୍ତୁଳିତ ସାର ବ୍ୟବହାର ଉପରେ ସଚେତନତା ସୃଷ୍ଟି

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |