ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଅତ୍ୟାଧୁନିକ ‘ଆମ ବସ ଡିପୋ’ ଏବଂ ୨୫ଟି ପରିବେଶ-ଅନୁକୂଳ ଇ-ବସର ଶୁଭାରମ୍ଭ କରିଛନ୍ତି ।
29 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଅତ୍ୟାଧୁନିକ ‘ଆମ ବସ ଡିପୋ’ ଏବଂ ୨୫ଟି ପରିବେଶ-ଅନୁକୂଳ ଇ-ବସର ଶୁଭାରମ୍ଭ କରିଛନ୍ତି ।

ରାଜ୍ୟର ପ୍ରତିଟି ଅଞ୍ଚଳରେ ପ୍ରଗତିର ସୁଫଳ ପହଞ୍ଚାଇବା ସହ ଜନସାଧାରଣଙ୍କ ଜୀବନଧାରଣର ମାନକୁ ଅଧିକ ସୁଗମ ଓ ଉନ୍ନତ କରିବା ଆମ ସରକାରଙ୍କ ମୁଖ୍ୟ ସଂକଳ୍ପ। ବିକାଶର ଏହି ଅତୁଟ ଅଭିଯାନରେ ଆଜି କେନ୍ଦୁଝରର ସ୍ଵାଭିମାନ ଓ ସମୃଦ୍ଧି ପଥରେ ଏକ ନୂତନ ସୂର୍ଯ୍ୟୋଦୟ ହୋଇଛି। କେନ୍ଦୁଝରରେ ଅତ୍ୟାଧୁନିକ ‘ଆମ ବସ ଡିପୋ’ ଏବଂ ୨୫ଟି ପରିବେଶ-ଅନୁକୂଳ ଇ-ବସର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ସେବା କେବଳ ପରିବହନ କ୍ଷେତ୍ରରେ ଏକ ନୂତନ ସଂସ୍କାର ନୁହେଁ, ବରଂ ଏହା କେନ୍ଦୁଝରବାସୀଙ୍କ ଯାତାୟାତକୁ ଅଧିକ ସୁରକ୍ଷିତ, ସୁଲଭ ଓ ଗତିଶୀଳ କରିବାର ଏକ ବଳିଷ୍ଠ ପ୍ରୟାସ। ବିଶେଷ କରି ମହିଳା ସାରଥିଙ୍କ ହାତରେ ଏହି ଆଧୁନିକ ସେବାର ପରିଚାଳନା ଭାର ଅର୍ପଣ କରି ଆମେ ‘ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା’ର ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେଇଛୁ।
ଏହା ସହ ଆଜି ଲୋକାର୍ପିତ ବହୁମୁଖୀ ପ୍ରକଳ୍ପ ସମୂହ କେନ୍ଦୁଝରର ସାମଗ୍ରିକ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ପ୍ରଗତିଶୀଳ କରିବାର ଆମର ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ। ମୋର ସାର୍ବଜନୀନ ଜୀବନର ଅଭିଜ୍ଞତା ମୋତେ ଶିଖାଇଛି ଯେ ସନ୍ତୁଳିତ ଓ ସାମଗ୍ରିକ ବିକାଶ ହିଁ ପ୍ରକୃତ ବିକାଶ। ଜଣେ ବିଧାୟକ ଭାବେ କେନ୍ଦୁଝରର ସେବା କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ମୋର ଲକ୍ଷ୍ୟ ହେଉଛି ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ସମାନ ସୁଯୋଗ ଓ ସମାନ ବିକାଶ ପହଞ୍ଚାଇବା। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରି ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ସମୃଦ୍ଧ ଓଡ଼ିଶା ଗଠନର ଏହି ଅଭିଯାନରେ କେନ୍ଦୁଝରର ଯୋଗଦାନ ସାରା ରାଜ୍ୟ ପାଇଁ ଏକ ଅନନ୍ୟ ମଡେଲ ହେବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |