ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଉଚ୍ଚବାଲିଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୦୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ ଏବଂ ୫ ଟି ନୂଆ ଟ୍ରାନ୍ସମିସନ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
28 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଉଚ୍ଚବାଲିଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୦୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ ଏବଂ ୫ ଟି ନୂଆ ଟ୍ରାନ୍ସମିସନ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ କେନ୍ଦୁଝର ଜିଲ୍ଲା ହେବ ସମୃଦ୍ଧ ଶିଳ୍ପ ହବ୍‌ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଉଚ୍ଚବାଲିଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୦୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ ଏବଂ ୫ ଟି ନୂଆ ଟ୍ରାନ୍ସମିସନ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ।
ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ପାଇଁ ବଡ଼ ପଦକ୍ଷେପ: 
✅ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡ୍‌ର ଉନ୍ନତିକରଣ ରାଜ୍ୟ ସରକାରଙ୍କ ପ୍ରାଥମିକତା
✅ 'ହଟଲାଇନ୍ ମେଣ୍ଟେନାନ୍ସ' ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା ତାରରେ ବିଦ୍ୟୁତ୍ ପ୍ରବାହିତ ହେଉଥିବା ସମୟରେ ମଧ୍ୟ ମରାମତି କାମ କରାଯାଇପାରିବ
✅୨୦୩୬ ସୁଦ୍ଧା ରାଜ୍ୟରେ ଆହୁରି ୩୪ଟି ନୂଆ ଗ୍ରୀଡ୍ ସବଷ୍ଟେସନ କରାଯିବ
✅ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା ଓ ଗଜପତିରେ ପ୍ରଥମ ଥର ପାଇଁ ୭୬୫ କେଭି ଗ୍ରୀଡ୍ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଛି ଯୋଜନା
✅ମଞ୍ଚେଶ୍ୱରଠାରେ ନୂତନ ‘ଷ୍ଟେଟ୍ ଲୋଡ୍ ଡେସପାଚ୍ ସେଣ୍ଟର’ (SLDC) ବିଦ୍ୟୁତ୍ ପରିଚାଳନାକୁ ଆହୁରି ସ୍ମାର୍ଟ କରିବ
ସମଗ୍ର ଅଞ୍ଚଳକୁ ଏକ ସୁଦୃଢ଼ ନେଟୱର୍କରେ ଯୋଡ଼ିବା ନେଇ ୪୦୦ କେଭି LILO ଲାଇନ ସହିତ TTPS-ଯୋଡ଼ା ଓ ତୁରୁମୁଙ୍ଗା-ରାଇରଙ୍ଗପୁର ଲାଇନ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗୀକରଣ କରାଯିବ। ଏହି ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକ କେନ୍ଦୁଝର ଜିଲ୍ଲାର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ଭବିଷ୍ୟତ ବିଦ୍ୟୁତ୍ ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ। ଏହା ଦ୍ୱାରା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |