ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ ଲାଇନ୍ ଉଦ୍‌ଘାଟନ କରିଛନ୍ତି।
09 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ ଲାଇନ୍ ଉଦ୍‌ଘାଟନ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ ଲାଇନ୍ ଉଦ୍‌ଘାଟନ କରିଛନ୍ତି।  ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଏହା ସରକାରଙ୍କର ଏକ ବଳିଷ୍ଠ  ପଦକ୍ଷେପ। ଏହା ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ଏବଂ ନଗରୀୟ ଜୀବନର ସମଗ୍ର ବିକାଶ ତ୍ୱରାନ୍ୱିତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ଲୋକଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ହେଉଛି ସୁନିଶ୍ଚିତ:- 
✅OPTCL ର ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ  ଲାଇନ୍ ଉଦ୍‌ଘାଟିତ 
✅ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ହେବେ ଉପକୃତ 
✅ରାଜଧାନୀବାସୀ ପାଇବେ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା
✅ବର୍ଷକ ମଧ୍ୟରେ ୬୦୦ କୋଟି ଟଙ୍କାରେ ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍‌.ସି.ବି. ମେଡିକାଲ ଗ୍ରୀଡ୍ ସବ୍‌ଷ୍ଟେସନ କାର୍ଯ୍ୟସମ୍ପୂର୍ଣ୍ଣ
"ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ବର୍ଷକ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲା। ଯେଉଁଠାରେ ଦୃଢ ଇଚ୍ଛାଶକ୍ତି ଥାଏ, ସେଠାରେ ଅସମ୍ଭବ ସମ୍ଭବ ହୁଏ":-ମାନ୍ୟବର ମୁଖ୍ୟମନ୍ତ୍ରୀ
ଏହି ଅବସରରେ ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀଗୁଡ଼ିକର ପୁନରୁଦ୍ଧାର ଉପରେ ଆଲୋକପାତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିଛନ୍ତି। 
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:- 
✅ ଭୁବନେଶ୍ବର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିଭିନ୍ନ ନଦୀର ପୁନରୁଦ୍ଧାର କରାଯିବ
✅ପ୍ରାଚୀ ନଦୀ ପାଇଁ ୩୦୦ କୋଟି ଟଙ୍କା, ଧନୁଆ ପାଇଁ ଦ୍ଵିତୀୟ ଫେଜ୍ ରେ ୭୫ କୋଟି,  ଦୟା ନଦୀ ପାଇଁ ୧୭୦ କୋଟି, ଦୟା ପଶ୍ଚିମ କେନାଲ ପାଇଁ ୪୦୦ କୋଟି ଟଙ୍କା ଅନୁମୋଦିତ 
✅ ୨୦୩୦ ସୁଦ୍ଧା ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ହେବ ଦୁଇଗୁଣ, ୧ ହଜାର ମେଗାୱାଟ୍‌ରୁ ୨ ହଜାର ମେଗାୱାଟ୍ ହେବ

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |