ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ପଖାଳ ଦିବସ ଅବସରରେ ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜିତ 'ପଖାଳ ପରବ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
20 Mar, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ପଖାଳ ଦିବସ ଅବସରରେ ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜିତ 'ପଖାଳ ପରବ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ବିଶ୍ୱ ପଖାଳ ଦିବସ ଅବସରରେ ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜିତ 'ପଖାଳ ପରବ' କାର୍ଯ୍ୟକ୍ରମରେ ଯୋଗଦେଲି। ପଖାଳ କେବଳ ଏକ ସାଧାରଣ ଖାଦ୍ୟ ନୁହେଁ, ଏହା ଆମ ଓଡ଼ିଆ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ସଂସ୍କୃତିର ସ୍ପନ୍ଦନ। ପ୍ରତିଟି ଓଡ଼ିଆଙ୍କ ହାଣ୍ଡିଶାଳରେ ଆଦୃତ ଏହି ପାରମ୍ପରିକ ଖାଦ୍ୟ ଆମକୁ ସରଳତା ଏବଂ ଏକତାର ଶିକ୍ଷା ଦେଇଥାଏ।। ଆଜି ଏହି ପାରମ୍ପରିକ ଖାଦ୍ୟ ବିଶ୍ୱସ୍ତରରେ 'ପ୍ରାକୃତିକ ପ୍ରୋ-ବାୟୋଟିକ' ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।
ପଖାଳ ପ୍ରସ୍ତୁତିରେ ବ୍ୟବହୃତ ଚାଉଳ ପାଇଁ ଆମ ପରିଶ୍ରମୀ ଚାଷୀ ଭାଇମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ, ସେମାନଙ୍କୁ ଆଜି କୃତଜ୍ଞତା ଜଣାଉଛି। ଖାଦ୍ୟ ଅପଚୟ ରୋକିବା ଓ ସୁସ୍ଥ ଜୀବନଶୈଳୀ ଆପଣେଇବାରେ ପଖାଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ଉତ୍ସବମୟ ଦିବସରେ ପରିବାର ଓ ଆତ୍ମୀୟଙ୍କ ସହ ପଖାଳ କଂସାର ଆନନ୍ଦ ନିଅନ୍ତୁ ଏବଂ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ରଖନ୍ତୁ। ଆସନ୍ତୁ, ଆମର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ନେଇ ଗର୍ବ କରିବା ସହ ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ସଂକଳ୍ପବଦ୍ଧ ହେବା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |