ଲୋକଙ୍କ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ସେହି ରୋଡମ୍ୟାପରେ ସରକାର
12 Jun, 2026

ଲୋକଙ୍କ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ସେହି ରୋଡମ୍ୟାପରେ ସରକାର

ଲୋକଙ୍କ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ସେହି ରୋଡମ୍ୟାପରେ ସରକାର ଓଡ଼ିଶାବାସୀଙ୍କ ଅଗ୍ରଗତି ଦିଗରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ଏବଂ ଗତ ୨ ବର୍ଷରେ ୧୨୧ଟି ନୂଆ ଯୋଜନା, କାର୍ଯ୍ୟକ୍ରମ କିମ୍ବା ପଦକ୍ଷେପ ଘୋଷଣା ହୋଇଛି, ଯାହା ଓଡ଼ିଶାକୁ ‘ସମୃଦ୍ଧ ଓଡ଼ିଶା’ର ନିକଟତର କରୁଛି ।
ଲୋକଙ୍କ ସରକାରଙ୍କ ବିବିଧ ଲୋକାଭିମୁଖୀ ପଦକ୍ଷେପ ଓ ଉପଲବ୍ଧି :– 
✅ ଲୋକଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟରେ ‘ସୁଭଦ୍ରା ଯୋଜନା’କୁ ଅନୁମୋଦନ ଏବଂ ଦୁଇ ବର୍ଷ ମଧ୍ୟରେ ୨୦ ହଜାର ୬୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସହାୟତା ପ୍ରଦାନ ।
✅ ‘ସମୃଦ୍ଧ ଓଡ଼ିଶା’ ସହ କୃଷି ବିଦ୍ୟାନିଧି ଯୋଜନା, ୧୦୦ ମଡେଲ ମଣ୍ଡି ପ୍ରତିଷ୍ଠା, PACS/LAMPCSକୁ One-Stop Shop କେନ୍ଦ୍ରରେ ପରିଣତ ।
✅ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ ।
✅ ପ୍ରତି ପଞ୍ଚାୟତରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ ପାଇଁ ପଦକ୍ଷେପ ।
✅ 'ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' କାର୍ଯ୍ୟକାରୀ ।
✅ ରାଜ୍ୟରେ ପ୍ରାୟ ୯ ହଜାର କି.ମି ରାସ୍ତା, ୫୭ଟି ସେତୁ ଓ ୪ଟି ରେଳ ଓଭରବ୍ରିଜ ପାଇଁ ପ୍ରାୟ ୧୭ ହଜାର କୋଟି ଟଙ୍କା ବିନିଯୋଗ ।
✅ ଉତ୍କର୍ଷ ଓଡ଼ିଶାଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ନିବେଶ ସମ୍ମିଳନୀ ଓ ରୋଡ୍ ସୋ ଆୟୋଜନ ଯୋଗୁଁ ମୋଟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ।
✅ ସେମିକଣ୍ଡକ୍ଟର, ଇଲୋକ୍ଟ୍ରୋନିକ୍‍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‍ସ ପରି ଆଧୁନିକ ଟେକ୍ନୋଲୋଜି ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ।
✅ ନିକଟରେ ବିପର୍ଯ୍ୟୟ ପରିଚାଳନାରେ ଉଲ୍ଲେଖନୀୟ ଦକ୍ଷତା ପାଇଁ BRICS ରାଷ୍ଟ୍ର ସମୂହ ବୈଠକରେ ଓଡ଼ିଶାକୁ ଉଚ୍ଚ ପ୍ରଶଂସା ।
✅ ଆଗାମୀ ଚାରି ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପ୍ରଦାନ କରିବାକୁ ଲକ୍ଷ୍ୟ ।
✅ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅଧୀନରେ ଗତ ଦୁଇ ବର୍ଷରେ ୧ ହଜାର ୬୧୬ କୋଟିରୁ ଊର୍ଦ୍ଧ୍ଵ ୩ ଲକ୍ଷ ୨୨ ହଜାର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ।
✅ SEBC ଛାତ୍ରଛାତ୍ରୀମାନଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ।
✅ ପ୍ରସିଦ୍ଧ ୱାର୍ଲ୍ଡ ସ୍କିଲ୍ ସେଣ୍ଟର’ ର ଦୁଇଟି କ୍ୟାମ୍ପସ୍ ସମ୍ୱଲପୁର ଓ ବ୍ରହ୍ମପୁରରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ।
✅ ଗତ ୨ ବର୍ଷରେ ୧୫ ହଜାର ୨୦୦ ରୁ ଅଧିକ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ଅଧିକ ୩ ଲକ୍ଷ ୫୨ ହଜାରରୁ ଅଧିକ ପରିବାରକୁ ଟ୍ୟାପ୍ କନେକ୍‍ସନ୍ ।
✅ ପ୍ରାୟ ୬୭୮ କୋଟି ୪୮ ଲକ୍ଷ ଟଙ୍କା ବିନିଯୋଗ ସହିତ ରାଜ୍ୟ ସାରା ୨୦୮ଟି ପର୍ଯ୍ୟଟନ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର ।
✅ ୪,୪୭୯ PVTG ଜନମନ ପରିବାରକୁ ବିଦ୍ୟୁତୀକୃତ କରାଯାଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୩୯ ହଜାର ୭୬୦ ଗ୍ରାମୀଣ ପରିବାରକୁ ବିଦ୍ୟୁତ ସଂଯୋଗ ।
✅ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୯୫ ପ୍ରତିଶତ ସମାଧାନ ।
✅ ‘ବିଶ୍ୱ ଇଣ୍ଡୋର ଆଥଲେଟିକ୍‍ସ ଚାମ୍ପିୟନସିପ୍ ୨୦୨୮’ ଏବଂ 'ଏସିଆନ୍ ଇଣ୍ଡୋର ଆଥଲେଟିକ୍ ଚମ୍ପିଆନ୍‍ସିପ୍ ୨୦୨୮' ର ଆୟୋଜକ ଭାବେ ଓଡ଼ିଶାକୁ ଦାୟିତ୍ଵ ।
✅ ପ୍ରଥମ କ୍ୟାବିନେଟରେ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ପ୍ରଦାନ ।
“ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଓଡ଼ିଶା ପ୍ରତି ଆଶୀର୍ବାଦ ରହିଛି । ତାଙ୍କ ଆଶୀର୍ବାଦ ଆମକୁ ପ୍ରତ୍ୟେକଟି ଅଭିଯାନରେ ସଫଳ କରିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ହାସଲ କରିବାରେ ମହାପ୍ରଭୁ ସହାୟ ହେବେ” ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧