କେନ୍ଦୁଝର ଜିଲ୍ଲା ଲଙ୍ଗଳକଣ୍ଟିଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।
11 Apr, 2026

କେନ୍ଦୁଝର ଜିଲ୍ଲା ଲଙ୍ଗଳକଣ୍ଟିଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

କେନ୍ଦୁଝର ଜିଲ୍ଲା ଲଙ୍ଗଳକଣ୍ଟିଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।
🛣️ ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଏବଂ ଟ୍ରାଫିକ୍ ଗତିକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରର ଲଙ୍ଗଳକଣ୍ଟିଠାରେ ନୂତନ NH-20 ର ପାଣିକୋଇଲି-ରିମୁଲି ସେକ୍ସନରେ ନବନିର୍ମିତ ଅଣ୍ଡରପାସ୍ ର ଉଦଘାଟନ କରିଛନ୍ତି। ରାଜ୍ୟର ପ୍ରମୁଖ ଶିଳ୍ପ, ଖଣି ଏବଂ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାଜପଥ ମଧ୍ୟରୁ ଏହା ଗୋଟିଏ। ଏହି ଅଣ୍ଡରପାସ୍ NH-20 ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭାବରେ ବିକଶିତ ହୋଇଛି।
ଲଙ୍ଗଳକଣ୍ଟିରେ ଅବସ୍ଥିତ ଏହି ଅଣ୍ଡରପାସ୍ :- 
📍 ଟିକିରା, 📍 ଢେଙ୍କିକୋଟ ଏବଂ 📍 ବାରବେଡା ଭଳି ନିକଟବର୍ତ୍ତୀ ଅଞ୍ଚଳରୁ ଟ୍ରାଫିକ ସମସ୍ୟା ହ୍ରାସ କରିବ
🚗 ଏହା ଏକ ଗ୍ରେଡ୍ ସେପାରେଟର୍ ଭାବରେ କାର୍ଯ୍ୟ କରିବା ସହିତ ସୁଗମ ପରିବହନ  ଏବଂ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବ
🚶‍♂️ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁରକ୍ଷିତ ପଦଯାତ୍ରୀ କ୍ରସିଂ ମଧ୍ୟ ପ୍ରଦାନ କରିବ 
ଏହି ଉଦଘାଟନ ସମଗ୍ର ଓଡ଼ିଶାରେ ଭିତ୍ତିଭୂମି ବିକାଶ ଏବଂ ସଡ଼କ ସୁରକ୍ଷା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ ବୋଲି ମାନ୍ୟବର  ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |