କେନ୍ଦୁଝର ଜିଲ୍ଲା ବୋଦାପାଳସାବାସୀଙ୍କ ବହୁ ଦିନର ସ୍ୱପ୍ନ ହେଲା ପୂରଣ।
11 Apr, 2026

କେନ୍ଦୁଝର ଜିଲ୍ଲା ବୋଦାପାଳସାବାସୀଙ୍କ ବହୁ ଦିନର ସ୍ୱପ୍ନ ହେଲା ପୂରଣ।

କେନ୍ଦୁଝର ଜିଲ୍ଲା ବୋଦାପାଳସାବାସୀଙ୍କ ବହୁ ଦିନର ସ୍ୱପ୍ନ ହେଲା ପୂରଣ।
🌉 କେନ୍ଦୁଝର ଜିଲ୍ଲା ଅରଡେଇ ନାଳ ଉପରେ ନବ ନିର୍ମିତ ସେତୁ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
👥 ୫୦୦୦ ରୁ ଊର୍ଦ୍ଧ୍ୱ ଅଞ୍ଚଳବାସୀ ହେବେ ଉପକୃତ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ପ୍ରଚେଷ୍ଟାରେ କେନ୍ଦୁଝର ସଦର ଅନ୍ତର୍ଗତ ବୋଦାପାଳସା ଗ୍ରାମପଞ୍ଚାୟତ ପାଇଲା ନୂତନ ପରିଚୟ। ବହୁଦିନରୁ ଏହି ଅଞ୍ଚଳ ସମେତ ଆଖପାଖ ୫ଟି ପଞ୍ଚାୟତର ଲୋକଙ୍କ ଦୀର୍ଘଦିନର ଆଶା ଥିବା ଅରଡେଇ ନାଳ ଉପରେ ନିର୍ମିତ ସେତୁକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।
📏 ୧୦୦ ମିଟରରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ସେତୁ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଗମନାଗମନକୁ ସହଜ କରିବ।
🚌 ଯାତ୍ରୀ ପରିବହନ 📈 ବ୍ୟବସାୟିକ ଅଭିବୃଦ୍ଧି🚜 ଗ୍ରାମୀଣ ସଂଯୋଗ ⏱️ ଗମନାଗମନ ସମୟ ସଞ୍ଚୟ କ୍ଷେତ୍ରରେ ଏହି ସେତୁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ଆହୁରି ତ୍ବରାନ୍ୱିତ କରିବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |