• ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ଓଡ଼ିଶା ସରକାର

27 Oct, 2026

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ଓଡ଼ିଶା ସରକାର

ଦୁର୍ନୀତିମୁକ୍ତ ଶାସନ, ସ୍ୱଚ୍ଛ ପ୍ରଶାସନ ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱକୁ ସୁଶାସନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁର୍ନୀତିମୁକ୍ତ ଭାରତ ଗଠନର ସଂକଳ୍ପକୁ ଆଗେଇ ନେବା ଲକ୍ଷ୍ୟରେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ।

ଦୁର୍ନୀତି ରୋକିବା ଏବଂ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ନିରପେକ୍ଷ ତଦନ୍ତ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ଦୋଷୀଙ୍କୁ ଦଣ୍ଡିତ କରିବା ମାଧ୍ୟମରେ ଜନସାଧାରଣଙ୍କ ଅର୍ଥର ସୁରକ୍ଷା ଏବଂ ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ବଜାୟ ରଖିବାକୁ ସରକାର ପ୍ରତିବଦ୍ଧ ।

ଦୁର୍ନୀତି ବିରୋଧୀ ଏହି ଆଭିମୁଖ୍ୟ ମାଧ୍ୟମରେ ସ୍ୱଚ୍ଛ, ନିରପେକ୍ଷ ଓ ଜନକଲ୍ୟାଣକାରୀ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |