BCPPER ପାଇଁ 'ଅର୍ଥନୈତିକ ଯୋଜନା'ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
07 Feb, 2026

BCPPER ପାଇଁ 'ଅର୍ଥନୈତିକ ଯୋଜନା'ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

BCPPER ପାଇଁ 'ଅର୍ଥନୈତିକ ଯୋଜନା'ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସଦସ୍ୟ ଏବଂ ସିଇଓ ମଧ୍ୟ ଯୋଗ ଦେଇଛନ୍ତି। 
ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ ଅର୍ଥନୈତିକ ଅଞ୍ଚଳ(BCPPER)ରେ ବିକାଶଧାରା ହେବ ଆହୁରି ତ୍ବରାନ୍ୱିତ
✅ ୮୦ରୁ ଅଧିକ ପ୍ରକଳ୍ପ (ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍‌ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ଇତ୍ୟାଦି), ୩୦ରୁ ଅଧିକ ନୀତିଗତ ପ୍ରସ୍ତାବନା
✅ ବର୍ତ୍ତମାନ BCPPERର ଅର୍ଥନୈତିକ ଆକାର ୨୨.୪ ବିଲିୟନ ଡଲାର, ୨୦୪୭ ସୁଦ୍ଧା ଏହା ୫୦୦ ବିଲିୟନ୍ ଡଲାରରେ ପହଞ୍ଚିବ
✅ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ
"BCPPER ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ।"

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |