ବିଶ୍ୱ ଜଳ ଦିବସ ସମାରୋହ ୨୦୨୬' ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।
22 Mar, 2026

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬' ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬' ଅବସରରେ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୨୬୧୨ କୋଟି ଟଙ୍କାର ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ। ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।
ସେହିପରି ଓଡ଼ିଶା ଭିଜନ ଡକୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଜଳ ପରିଚାଳନରେ ସମସ୍ତଙ୍କ ସମାନ ଯୋଗଦାନ ଦ୍ୱାରା ହିଁ ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିପାରିବା। ଜଳକୁ ଜୀବନ ଭରି ଭଲ ପାଇବା ଓ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |