ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ; ତୃଣମୂଳ ସମସ୍ୟା ସମାଧାନରେ ଜ୍ଞାନ ବିନିଯୋଗ ପାଇଁ ଯୁବ ବୈଜ୍ଞାନିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
09 Jul, 2026

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ; ତୃଣମୂଳ ସମସ୍ୟା ସମାଧାନରେ ଜ୍ଞାନ ବିନିଯୋଗ ପାଇଁ ଯୁବ ବୈଜ୍ଞାନିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ, ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କ  ସହ ଯୋଗ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।  ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ହିଁ ଏକ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ। ଆଜି ଯୁବ ଗବେଷକ ଓ ସ୍ନାତକମାନେ କେବଳ ଡିଗ୍ରୀ ହାସଲ କରିନାହାନ୍ତି, ବରଂ ଦେଶର ବିକାଶ ଓ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ପାଇଁ ଏକ ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି । ଯୁବ ବୈଜ୍ଞାନିକମାନେ ସେମାନଙ୍କର ଜ୍ଞାନକୁ ସମାଜର ତୃଣମୂଳ ସ୍ତରର ସମସ୍ୟାର ସମାଧାନ ପାଇଁ ବିନିଯୋଗ କରିବା ଉଚିତ୍ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧