ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି।
20 Apr, 2026

ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି।

ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (CRRI) ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଶୁଭ ଅବସରରେ ରାଜ୍ୟର ଅନ୍ନଦାତା ଭାଇଭଉଣୀମାନଙ୍କୁ ‘ସିଏମ-କିଷାନ’ ଯୋଜନାରେ ସହାୟତା ରାଶି ପ୍ରଦାନ କରିବା ସହ ଚାଷୀଙ୍କ ଦୁଆରମୁହଁରେ ଉନ୍ନତ ବିହନ ପହଞ୍ଚାଇବା ପାଇଁ ‘ଭ୍ରାମ୍ୟମାଣ ବିହନ ରଥ’ (Seeds on Wheels) ର ଶୁଭାରମ୍ଭ କରି ମୁଁ ବହୁତ ଖୁସି। କୃଷି ପ୍ରଦର୍ଶନୀ ବୁଲି ଦେଖିବା ସମୟରେ ଆମ ଅନ୍ନଦାତାଙ୍କ ସହ ସିଧାସଳଖ ଭାବ ବିନିମୟ କରିବାର ଯେଉଁ ସୁଯୋଗ ମିଳିଲା,  ଯାହା ମୋ ପାଇଁ ଏକ ପ୍ରେରଣାଦାୟୀ ଅନୁଭୂତି ଥିଲା।
କୃଷି କେବଳ ଏକ ବୃତ୍ତି ନୁହେଁ, ଏହା ଆମ ଜୀବନଶୈଳୀ ଓ ଅର୍ଥନୀତିର ମୂଳଦୁଆ। ଆଜିର ଏହି କାର୍ଯ୍ୟକ୍ରମରେ କୃଷକ ପରିବାରର ମେଧାବୀ ପିଲାଙ୍କୁ ‘କୃଷି ବିଦ୍ୟାନିଧି’ ଛାତ୍ରବୃତ୍ତି ପ୍ରଦାନ କରି ଆମେ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛୁ। ଅନ୍ନଦାତାଙ୍କ ହାତକୁ ମୁଠାଏ ଅଧିକ ରୋଜଗାର ଓ ପିଲାଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ଦେବା ଆମ ସରକାରଙ୍କ ପ୍ରତିବଦ୍ଧତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆଗାମୀ ଖରିଫ ଋତୁ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ଏବଂ ରାଜ୍ୟର କୃଷି ଓ କୃଷକଙ୍କର ଉତ୍ତରୋତ୍ତର ଉନ୍ନତି ହେଉ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |