• ୧୬ତମ ନିଯୁକ୍ତି ମେଳାରେ ୧,୩୨୬ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

10 Aug, 2026

୧୬ତମ ନିଯୁକ୍ତି ମେଳାରେ ୧,୩୨୬ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭବିଷ୍ୟତ ଗଢ଼ିବା ଦିଗରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମ୍‌ଠାରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ୯ଟି ବିଭାଗର ୧,୩୨୬ ଜଣ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର ଯୁବଶକ୍ତିଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଯୋଗ୍ୟତା-ଭିତ୍ତିକ ନିଯୁକ୍ତି ଯୋଗାଇ ଦେବା ଦିଗରେ ଲୋକଙ୍କ ସରକାରଙ୍କ ଉଦ୍ୟମ ଜାରି ରହିଛି । ଜୁନ୍ ୨୦୨୪ରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ୪୫,୦୦୦ରୁ ଅଧିକ ଯୁବଗୋଷ୍ଠୀ ସରକାରୀ ସେବାରେ ନିଯୁକ୍ତ ହୋଇଛନ୍ତି ।

ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା । ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ଆପଣମାନଙ୍କର ନୈତିକ କର୍ତ୍ତବ୍ୟ । କୌଣସି ଲୋକ ଯେତେବେଳେ କିଛି ସମସ୍ୟା ନେଇ ଆପଣଙ୍କ ପାଖକୁ ଆସିବେ, ସେତେବେଳେ ପ୍ରଶାସନର ଅଂଶ ଭାବେ ସମ୍ମାନ ଦେଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା । ଆମର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା । ଏହାକୁ ମନରେ ରଖି କାମ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |