• ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣ ଉଦ୍‌ଘାଟିତ, ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

03 Oct, 2026

ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣ ଉଦ୍‌ଘାଟିତ, ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନାକୁ ପ୍ରଦର୍ଶିତ କରିବା ସହ ରାଜ୍ୟରେ ନିବେଶ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ, ହୋଟେଲ୍ ଓ ଆତିଥେୟତା କ୍ଷେତ୍ରର ପ୍ରତିଷ୍ଠିତ ସଂସ୍ଥା ଏବଂ ପର୍ଯ୍ୟଟନ ସହଯୋଗୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟର ୨୯ଟି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ପୋଲିସ ନିୟୋଜନ, OSWALI ମାଧ୍ୟମରେ ୧,୦୦୦ ଜଣ ପ୍ରଶିକ୍ଷିତ ଜୀବନରକ୍ଷକ ନିଯୁକ୍ତି, ୫,୫୦୦ ଏକର ଜମିକୁ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଭାବେ ପ୍ରସ୍ତୁତ କରିବା ଏବଂ ୨୦୨୬ରୁ ୨୦୩୧ ମଧ୍ୟରେ ୧,୫୦୦ କୋଟି ଟଙ୍କାର ବ୍ୟୟବରାଦ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିସହିତ, ଷ୍ଟାର୍ ହୋଟେଲ୍‌ଗୁଡ଼ିକ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୧୦କୁ ହ୍ରାସ କରାଯାଇଥିବା ବେଳେ ପୁଞ୍ଜି ସବ୍‌ସିଡିକୁ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ନୂତନ ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍ ଏବଂ ଇନଭେଷ୍ଟମେଣ୍ଟ ଇନ୍‌ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |