ମୁଖ୍ୟମନ୍ତ୍ରୀଙ୍କ ୧୮ତମ ପାଳି ଅଭିଯୋଗ ଶୁଣାଣି।
01 Jun, 2026

ମୁଖ୍ୟମନ୍ତ୍ରୀଙ୍କ ୧୮ତମ ପାଳି ଅଭିଯୋଗ ଶୁଣାଣି।

ମୁଖ୍ୟମନ୍ତ୍ରୀଙ୍କ ୧୮ତମ ପାଳି ଅଭିଯୋଗ ଶୁଣାଣି ।
✅୧୭ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୯୬ ପ୍ରତିଶତ ଅଭିଯୋଗର ସମାଧାନ ।
✅ଦୁଇ ବର୍ଷ ମଧ୍ୟରେ ଜିଲ୍ଲାସ୍ତରରେ ୨.୪୦ ଲକ୍ଷ ଅଭିଯୋଗ ଶୁଣାଣି, ୯୨ ପ୍ରତିଶତ ସମାଧାନ ।
✅ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୩ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଲେ ।
“ବର୍ତ୍ତମାନ ଅଭିଯୋଗ ଶୁଣାଣି ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି”:- ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୩୦ ଜଣ ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସିଧାସଳଖ ସେମାନଙ୍କ ସମସ୍ୟା ଶୁଣିଛନ୍ତି । ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ରୋଗରେ ପୀଡ଼ିତ ପ୍ରାୟ ୧୩ ଜଣ ଅଭିଯୋଗକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୩.୬୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଉଭୟ ଅନ୍‍ଲାଇନ ଓ ଅଫ୍‍ଲାଇନ ଜରିଆରେ ୬୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧